ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ

0 69

ପୁରୀ:ଆଜି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର୍ ସ୍କାନିଂ। ଆଉ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏଏସଆଇକୁ ଅନୁମତି ମିଳିଛି। ରତ୍ନଭଣ୍ଡାର ବାହାର କାନ୍ଥରୁ ଆରମ୍ଭ ହେବ ଏହି ପ୍ରକ୍ରିୟା । ରତ୍ନଭଣ୍ଡାର ଅସୁରକ୍ଷିତ ଥିବା ଓ ଏହାର ଜରୁରୀ ମରାମତି ଆବଶ୍ୟକ ବୋଲି ବିଭିନ୍ନ ଆଡୁ ଦାବି ହେବା ପରେ ଶେଷରେ ହାଇକୋର୍ଟ କହିବା ପରେ ଶେଷରେ ଶ୍ରୀମନ୍ଦିର ପ୍ରଶାସନ ଲେଜର୍ ସ୍କାନିଂ କରି ସ୍ଥିତି ପରଖିବାକୁ ନିଷ୍ପତ୍ତି ନେଇଛି। ଏଏସଆଇ ଲେଜର୍ ସ୍କାନିଂ କରି କେଉଁ ଜାଗାରେ ଫାଟ ଅଛି ତାହାର ରିପୋର୍ଟ ଦେବା ପରେ ଶ୍ରୀମନ୍ଦିର ବୈଷୟିକ କମିଟି ସହ ଆଲୋଚନା କରାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସେପଟେ ଲେଜର୍ ସ୍କାନିଂ ପାଇଁ ଅତ୍ୟାଧୁନିକ ମେସିନ୍ ଆସିଥିବାରୁ ମୁଖ୍ୟ ମନ୍ଦିର ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଲେଜର୍ ସ୍କାନିଂ ନିଷ୍ପତ୍ତି ସ୍ଥଗିତ ରହିଥିବା ବେଳେ ମାସ ଶେଷ ହେବାରୁ ଆଜି ରତ୍ନଭଣ୍ଡାର ବାହାର କାନ୍ଥରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାର ବାହାର କାନ୍ଥ ଅସୁରକ୍ଷିତ ଥିବା ରିପୋର୍ଟ ଆସିବା ପରେ ଭିତର ରତ୍ନଭଣ୍ଡାରର ମରାମତି ମଧ୍ୟ କରାଯିବ।

hiranchal ad1
Leave A Reply

Your email address will not be published.

twenty − 11 =