କେବେ ପାଳନ ହେବ ରକ୍ଷା ବନ୍ଧନ ଜାଣନ୍ତୁ

0 64

ପୁରୀ : ରକ୍ଷା ବନ୍ଧନ ପର୍ବ ତଥା ପୂର୍ଣ୍ଣମୀ ପୂଜା ପାଳନକୁ ନେଇ ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆସନ୍ତା ୨୭ ତାରିଖ ଗୁରୁବାର କିମ୍ବା ୨୮ ତାରିଖ ଶୁକ୍ରବାରରେ ଏହି ପର୍ବ ପାଳନ କରାଯିବ ବୋଲି ଭିନ୍ନ ମତ ପ୍ରକାଶ ପାଉଛି । ପଞ୍ଜିକା ଅନୁସାରେ ୨୭ ତାରିଖ ସକାଳ ପ୍ରାୟ ୯ଟାରୁ ପରଦିନ ସକାଳ ପ୍ରାୟ ୯ଟା ପର୍ଯ୍ୟନ୍ତ ରହୁଛି ପୂର୍ଣ୍ଣମୀ । ଏଣୁ ଶ୍ରୀମନ୍ଦିରରେ ୨୮ ତାରିଖରେ ଠାକୁରଙ୍କ ରାକ୍ଷୀ ଲାଗି ନୀତି ପାଳନ ହେଉଥିବା ସ୍ଥଳେ ୨୭ ତାରିଖରେ ପୂର୍ଣ୍ଣମୀ ପୂଜା ତଥା ରକ୍ଷା ବନ୍ଧନ ଉତ୍ସବ ପାଳନକୁ ପ୍ରାଧାନ୍ୟ ଦିଆଯାଉଛି । ମହାପ୍ରଭୁଙ୍କ ପୂଜାପଣ୍ଡା ସେବକ ତଥା ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ସାମନ୍ତ କୁହନ୍ତି, ଆସନ୍ତା ୨୮ ତାରିଖ ଶୁକ୍ରବାର ପୂର୍ଣ୍ଣମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ, ଠାକୁରଙ୍କୁ ରାକ୍ଷୀ ଲାଗି ସମେତ ଶ୍ରୀସୁଦର୍ଶନ ଦେବଙ୍କ ଆଶ୍ରମ ବିଜେ ନୀତି ଅନୁଷ୍ଠିତ ହେବ ।

hiring

ମୁକ୍ତିମଣ୍ଡପ ପଣ୍ଡିତ ସଭା ଉପସଭାପତି ତଥା ବରିଷ୍ଠ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର କୁହନ୍ତି, ୨୭ ତାରିଖ ସକାଳ ପ୍ରାୟ ସାଢ଼େ ୯ଟାରୁ ୨୮ ତାରିଖ ସକାଳ ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ପୂର୍ଣ୍ଣମୀ ରହୁଛି । ଚଳିତ ବର୍ଷ ଗହ୍ମା ପୂର୍ଣ୍ଣମୀ ଦିନ ବେଳା ଆରମ୍ଭ ହୋଇ ରାତି ପାହି ୯ଟା ପରକୁ ରହୁଛି ପୂର୍ଣ୍ଣମୀ । ଏଣୁ ଘରମାନଙ୍କରେ ସେହିଦିନ ରକ୍ଷା ବନ୍ଧନ ପର୍ବ ପାଳନ ପାଇଁ ପାଞ୍ଜିରେ ଉଲ୍ଲେଖ ରହିଛି । ୨୮ ତାରିଖ ରାତିରେ ପୂର୍ଣ୍ଣିମା ନାହିଁ । ଏଣୁ ୨୭ ତାରିଖ ଗୁରୁବାର ରାତିରେ ପୂର୍ଣ୍ଣମୀ ରହୁଥିବାରେ ସେହିଦିନ ସାଧାରଣ ଲୋକେ ଗହ୍ମାପୂର୍ଣ୍ଣମୀ ପର୍ବ ତଥା ଚନ୍ଦ୍ର ପୂଜା ବିଧି ପାଳନ କରିବାକୁ ଉଲ୍ଲେଖ ରହିଛି । ଶ୍ରୀମନ୍ଦିରରେ ସୂର୍ଯ୍ୟୋଦୟକୁ ନେଇ ପର୍ବ ହେଉଥିବାରେ ୨୮ରେ ଠାକୁରଙ୍କ ରକ୍ଷା ଲାଗି ନୀତି ହେବ ।

hiranchal ad1
Leave A Reply

Your email address will not be published.

sixteen + 7 =