ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

0 591

ବାଲିଗୁଡ଼ା: ଆଜି ପବିତ୍ର ଜନ୍ମାଷ୍ଟମୀ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜା କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ । ସେହିଭଳି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଧୁମଧାମରେ ପାଳନ ହୋଇଛି ଜନ୍ମାଷ୍ଟମୀ ଉତ୍ସବ । ପ୍ରାୟ ୨୦୦ ଶିଶୁ ଭାଇଭଉଣୀ ଶ୍ରୀକୃଷ୍ଣ, ରାଧା, ବଳରାମ, ସୁଦାମା ଆଦି ଚରିତ୍ରରେ ନିଜକୁ ସଜେଇ ବିଦ୍ୟାମନ୍ଦିରକୁ ଯାଇଥିଲେ । ସେଠାରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଯଥା ବିଧି ପୂର୍ବକ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀ,ଗୁରୁମାଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ବୃନ୍ଦ ସହର ପରିକ୍ରମାରେ ବାହାରିଥିଲେ । ପ୍ରଥମେ ବାଲିଗୁଡ଼ାର ଆରାଧ୍ୟା ଦେବୀ ମା’ପାଟ୍ଟଖଣ୍ଡାଙ୍କ ମନ୍ଦିର ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ । ଏହାପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଶୁଭଦ୍ରା ଦେବୀଙ୍କ ପୂଜାର୍ଚ୍ଚନା ଓ ଦର୍ଶନ ପରେ ଶ୍ରୀ ରାଧାକୃଷ୍ଣ ମନ୍ଦିରରେ ପହଁଚି ଦର୍ଶନ ଓ ପୂଜାର୍ଚ୍ଚନା ସାରି ଫେରିଥିଲେ ସମସ୍ତେ । ମହାମାରୀ କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ବିଦ୍ୟାଳୟ ବନ୍ଦ ରହିବା ସହ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏଥିସହିତ ସମସ୍ତ ପର୍ବପର୍ବାଣୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ରୋକ୍‌ ଲାଗିଥିଲା । କିନ୍ତୁ ଚଳିତ ବର୍ଷ କଟକଣା କୋହଳ ହୋଇଥିବାରୁ ଉତ୍ସବ ବେସ୍‌ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ ଅଭିଭାବକ ଓ କୁନିକୁନି ଛାତ୍ରଛାତ୍ରୀଙ୍କ ମନରେ ବେସ୍‌ ଉତ୍ସାହ ଦେଖିବାକୁ ମିଳିଛି ।

hiring

hiranchal ad1
Leave A Reply

Your email address will not be published.

19 + seven =