କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ

0 53

ପୁରୀ : ଆଜିଠାରୁ କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଆରମ୍ଭ ହୋଇଛି । ୫ଦିନ ଧରି ଚାଲିବାକୁ ଥିବା ଏହି ପର୍ବରେ ଇଷ୍ଟଦେବତା ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । କୁମ୍ଭକାରମାନେ ବର୍ଷ ତମାମ ବୃତ୍ତି ପାଇଁ ବ୍ୟବହାର କରୁଥିବା ହାଣ୍ଡି,କୁଡୁଆ ଗଢ଼ା ବନ୍ଦ ରଖି ହାଣ୍ଡିଗଢ଼ା ସରଞ୍ଜାମ ଯଥା ଚକ, ପିଣ୍ଡ, ପାଟଣା, ହାଣ୍ଡିକୁ ପୂଜା କରିଥାନ୍ତି । ସହରର କୁମ୍ଭାରପଡା, ଜେନାପୁର, ଟିକରପଡା, ନୂଆସାହିରେ କୁମ୍ଭକାରମାନେ ଭକ୍ତି ଓ ନିଷ୍ଠାର ସହ ରୁଦ୍ରପାଳ ଓ ରତ୍ନେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଛନ୍ତି । କୁରାଳ ପୁରାଣରେ ବର୍ଣ୍ଣନା ଅନୁଯାୟୀ ସୃଷ୍ଟି ଆରମ୍ଭ ସମୟରେ ମାନବଗଣଙ୍କ ପାକ ପ୍ରସ୍ତୁତି ନିମନ୍ତେ ଭଗବାନ ବିଷ୍ଣୁ କୁମ୍ଭକାରଙ୍କୁ ସୃଷ୍ଟି କରିଥିଲେ । ସମସ୍ତ ହିନ୍ଦୁ ପୂଜାପାର୍ବଣରେ ମାଟି କଳସ ଅଗ୍ରପୂଜ୍ୟ ହୋଇଥିବାବେଳେ ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ କେବଳ ମାଟିହାଣ୍ଡିରେ ପ୍ରସ୍ତୁତ କୁଡୁଆରେ ମହାପ୍ରସାଦ ରନ୍ଧା ଯାଇଥାଏ । ଏହି ପୂଜା ପଣ୍ଡୁ ପୂର୍ଣ୍ଣିମାରେ ପଣ୍ଡୁଓଷା ନାମରେ ପାଳନ କରାଯାଏ ।

hiranchal ad1
Leave A Reply

Your email address will not be published.

11 − 5 =