ବଲାସିଙ୍ଗାରୁ 50 ଗୋଟି ସ୍ବାବ ନମୂନା ସଂଗ୍ରହ

0 1,090

ବୌଦ୍ଧ – ଗତ ଅଗଷ୍ଟ ପହିଲାରେ ବଲାସିଙ୍ଗା ଗ୍ରାମରୁ ଜଣେ ସ୍ବାସ୍ଥ୍ୟ କର୍ମୀଙ୍କ ପରିବାରର ତିନି ଜଣ ସଦସ୍ୟ କରୋନା ପଜିଟିଭ ଚିନ୍ହଟ ହେବା ପରେ ଆସନ୍ତା କାଲି ଯାଏଁ ବଢିଗାଆଁ ସରପଞ୍ଚ ବଲାସିଙ୍ଗାକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଥିଲେ | କରୋନା ପଜିଟିଭ ମାନଂକ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷ ଓ ସେ ରହୁଥିବା ବଲାସିଙ୍ଗା ୱାର୍ଡର ସନ୍ଦିଗ୍ଧ ମାନଙ୍କର 50 ଗୋଟି ସ୍ବାବ ଆଜି ସଂଗ୍ରହ କରାଯାଇଥିବା ଜଣାପଡିଛି l ଆଜି ଅପରାନ୍ହ ସମୟରେ ବୌଦ୍ଧରୁ ସ୍ବାସ୍ଥ୍ୟ ବିଭାଗର ଟିମ ବଲାସିଙ୍ଗା ଯାଇ କଣ୍ଟାକ୍ଟ ଟ୍ରେସିଂ ତାଲିକାରେ ଥିବା 50 ଜଣ ଲୋକଙ୍କ ସ୍ବାବ ନମୂନା ସଂଗ୍ରହ କରାଯାଇଛି ବୋଲି ସୂଚନା ମିଳିଛି l

hiranchal ad1
Leave A Reply

Your email address will not be published.

1 + 2 =