ତାଳ ଗଛକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣା, 5 ଗୁରୁତର

0 3,702

ବୌଦ୍ଧ – ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ରାସ୍ତା କଡର ଗୋଟିଏ ତାଳ ଗଛକୁ ବଲେରୋ ଧକ୍କା ଦେବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ପଲସାଗୋରା ଗ୍ରାମର ଗୋଟିଏ ପରିବାରର ସଦସ୍ୟ ମାନେ ଗୋଟିଏ ମୃତାହ କାମରେ ଯୋଗ ଦେବାକୁ ଓଡି08ଏ1456 ନମ୍ବର ବିଶିଷ୍ଟ ଏକ ବଲେରୋ ଯୋଗେ ସୋନପୁର ଜିଲ୍ଲା ଖଲିଆପାଲି ଗ୍ରାମକୁ ଯାଇଥିଲେ l କାମ ସାରି ଅପରାନ୍ହରେ ପଲସାଗୋରା ଫେରୁଥିବା ଥିବା ବେଳେ ମନମୁଣ୍ଡା -କଣ୍ଟାମାଳ ରାସ୍ତାର ଗୋପାଳମାଲ ପେଟ୍ରୋଲ୍ ପମ୍ପ ଠାରୁ ଅଳ୍ପ ଦୂରରେ ବୋଲେରୋ ଭାରସାମ୍ୟ ହରାଇ ରାସ୍ତା କଡର ଗୋଟିଏ ତାଳ ଗଛକୁ ଜୋରରେ ଧକ୍କା ଦେଇଥିଲା l ଫଳରେ ଗାଡ଼ିରେ ଥିବା ଚାରି ଜଣ ଯାତ୍ରୀଙ୍କ ସହିତ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ l ସେମାନଙ୍କୁ ଉଦ୍ଧାର କରି ତୁରନ୍ତ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଅତି ଗୁରୁତର ଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

seven + 12 =