ଶ୍ରୀ ଗୋପାଳଜୀ ଯୋଗାଳୟକୁ ପରିଦର୍ଶନ କଲେ ବଲାଙ୍ଗୀର ସାଂସଦ

0 67

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ ଅନୁଷ୍ଠାନ ଗୋପଳଜୀ ତଡିତ ମନ୍ତ୍ର ଯୋଗାଳୟ ଅନୁଷ୍ଠାନକୁ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂ ଦେଓ ପରିଦର୍ଶନ କରିଥିଲେ । ଶ୍ରୀମତୀ ସିଂ ଦେଓଙ୍କୁ ଯୋଗାଳୟ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇ ଥିବା ବେଳେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।
ଶିକ୍ଷାବିତ ପ୍ରଦୀପ ପୁରୋହିତ ସଂଯୋଜନା ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଆର୍ତ୍ତତ୍ରାଣ ବାବୁ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ଏମପି ଶ୍ରୀମତି ସିଂଦେଓ ଯୋଗ ଦେଇ ଯୋଗକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପାଖରେ ଉପସ୍ଥାପନା କରିବାକୁ ଦୃଢ଼ ପ୍ରତଶ୍ରୁତି ଦେଇ ଯୋଗର ମହତ୍ତ୍ୱ ଓ ପରମ୍ପରାକୁ ଜାରି ରଖିଥିବା ଏହି ୩୦ ବର୍ଷର ସର୍ବ ପୁରାତନ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ । ଯୋଗ ହିଁ ରୋଗ ପ୍ରତିରୋଧକଶକ୍ତି ରଶ ଆଧାର ବୋଲି ମତ ରଖି ଏହି ଅଭ୍ୟାସ ସକାରାତ୍ମକ ଦିଗକୁ ନେଇଥାଏ ବୋଲି କହିଥିଲେ । ସଭାରେ ଉପସ୍ଥିତ ଥିବା ସ୍ୱଚ୍ଛ ଭାରତ ସଂଗଠନ ଓ ଯୋଗାଳୟ ଉଭୟ ଅନୁଷ୍ଠାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ମାନସ ସନ୍ତାନ ଭାବେ ପରିଚିତ ଏଣୁ ଆଜି ଉଭୟ ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ସାକ୍ଷାତ୍‌ କରି ଖୁବ୍‌ ଆତ୍ମସନ୍ତୋଷ ଲାଭ କରିଛି ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ । ସଭାରେ ବରିଷ୍ଠ ନେତା ପ୍ରମୋଦ ମହାପାତ୍ର, ଯୋଗାଳୟର ବରିଷ୍ଠ ସଭ୍ୟ ଜ୍ୟୋତି ରଂଜନ ପଟ୍ଟନାୟକ, ନିରଞ୍ଜନ ତ୍ରିପାଠୀ ମଞ୍ଚାସୀନ ଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଜ୍ୟୋତି ପଟ୍ଟନାୟକ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସଭାରେ ଅବସର ପ୍ରାପ୍ତ ଶିକ୍ଷକ ସଂଘ, ବରିଷ୍ଠ ନାଗରିକ ସଂଘ, ରକ୍ତ ଦାତା ସଂଘ ଓ ସ୍ୱଚ୍ଛ ଭାରତ ସଂଘର ଅନେକ କର୍ମକର୍ତ୍ତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

1 × four =