ଦେବଗଡ଼: ଦେବଗଡ଼ ଜିଲା ବାରକୋଟ ବ୍ଲକ ଭକ୍ତବଡକୁଦର ଗ୍ରାମରେ କୁଣହାଁ କିସାନ ସମାଜର ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଣହାଁ କିସାନ, ମିର୍ଦ୍ଧା, କୁଡା, ମାଟିଆ ଜାତିର ସାଙ୍ଗଠନିକ ସମ୍ବନ୍ଧୀତ ବୁଝାମଣା ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ ମାଧ୍ୟମରେ କୁଣହାଁ କିସାନ ସମାଜରେ ଥିବା ବିଭିନ୍ନ ସମସ୍ୟାର ଆଲୋଚନା ସହିତ ଉକ୍ତ ସମାଜର କିଭଳି ଅଗ୍ରଗତି ହେବ ସେନେଇ ଆଲୋଚନା କରାଯାଇଥିଲା । ଏହି ଅବସରରେ ଦେବଗଡ ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ ସହିତ ଯୁଧିଷ୍ଠିର ପ୍ରଧାନ ଏବଂ ସମ୍ପାଦକ ଭାବେ ଘନଶ୍ୟାମ କିସାନଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା ରାଜ୍ୟ ସଭାପତି ସୁନାସିର କିସାନ ସୁନ୍ଦରଗଡ଼ ଜିଲା ସଭାପତି ଦେବେନ୍ଦ୍ର ମାଝି ସୁନ୍ଦରଗଡ଼ ବଣେଇ ଉପଖଣ୍ଡ ବାଜି କିସାନ ଯୋଗଦେଇଥିଲେ । ଦେବଗଡ଼ ଜିଲ୍ଲାରେ ପ୍ରଥମ ସଭା ଓ ନୂଆ ସଭା ସଂଗଠନ, ନୁଆ ନେତୃତ୍ଵ ନେଇ ସଭା ଗଠନ ହେଇଥିଲା, ଉକ୍ତ ସଭାରେ ବିଭିନ୍ନ ପ୍ରକାରର ଜାତି ସମସ୍ୟା ବିଷୟରେ ଆଲୋଚନା ହେଇଥିଲା। ଯଥା: ଆର୍ଥିକ ଶୋଷଣ ନୀତି ,ବିବାହ ବିଶୃଙ୍ଖଳା,550NOC ସମସ୍ୟା, 550କିଶାନ ସମାଜ ଓ 900 ନାଗ୍ରା କିଶାନ ସମାଜ ନାମକାରଣ ର ସ୍ପଷ୍ଟି କରଣ ଓ ବ୍ୟବହାର ପରିଧି, ବିବାହ ଏକ ପବିତ୍ର ବନ୍ଧନ ରେ 550 ସଂଖ୍ୟା ଓ 900 ସଂଖ୍ୟା କୁ ନେଇ ବିବାହ କ୍ଷେତ୍ରର ବିଶୃଙ୍ଖଲା କୁ ବନ୍ଦ କରିବା, ଜାତି, ଧର୍ମ, କୁଳ ବଂଶ ଗୋତ୍ର ଆଧାର ରେ ବିବାହ କାର୍ଯ କରିବା , ଧର୍ମନ୍ତରିକରଣ କୁ ରୋକିବା , ଦେଓଗଡ ଜିଲ୍ଲା ର ସମସ୍ୟା ଗୁଡ଼ିକୁ ଦୂର କରିବା ପାଇଁ ନୃତନ କମିଟି ଗଠନ ଆଦି ସମସ୍ୟା ଓ ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା।। ଏଥିରେ ରାଜ୍ୟ ସ୍ତରୀୟ କମିଟି,ସୁନ୍ଦରଗଡ ଜିଲ୍ଲା କମିଟି, ବଣେଇ ଉପଖଣ୍ଡ କମିଟି, ସମ୍ବଲପୁର ଜିଲ୍ଲା କମିଟି, 550କୁଚିଣ୍ଡା ମହାଗୁଡି କମିଟି, ଅନୁଗୋଳ ଜିଲ୍ଲା କମିଟି, ପାଲ ଲହଡ଼ା କମିଟି, ଢେଙ୍କାନାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା କମିଟି ଗୁଡ଼ିକ ର କେତେ କାର୍ଯ କର୍ତ୍ତା ଅଂଶ ଗ୍ରହଣ କରିଥିଲେ। ଏକ ସୂ -ସଂଗଠିତ, ବିଶୃଙ୍ଖଳା ଓ 550 NOC ମୁକ୍ତ ସମାଜ ଗଠନ କରିବା ସହିତ ଉନ୍ନତ ଚିନ୍ତାଧାରା ନେଇ ସଂଗଠନ କରିବା ପାଇଁ ଉପସ୍ଥିତ ଥିବା ଅତିଥି ଗଣ ଦିଗ ଦର୍ଶନ ଦେଇଥିଲେ। ସଭାରେ ଆଲୋଚନା ପ୍ରସ୍ତାବ ଓ ଗୃହୀତ ନିଷ୍ପତି ଗୁଡ଼ିକୁ ଅତି ଶୀଘ୍ର ସାର୍ବଜନିତି କରାଯିବ। ସମସ୍ତ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହିତ ସମଗ୍ର ଓଡ଼ିଶାରେ (କିଶାନ, ମାଟିଆ, ମିର୍ଦ୍ଧା ଓ କୁଡା) କୁଂଣହା ଜାତିର ଐକ୍ୟ, ଭାତୃତ୍ବ ଭାବନା ସୃଷ୍ଟି କରିବା ପାଇଁ ଦେବଗଡ଼ ବାସି ସମର୍ଥନ ଲୋଡିଥିଲେ।
