ଏହି ଜିଲ୍ଲାଗୁଡିକରେ ନିଆଣ୍ଟିଆ ବର୍ଷା

0 68

ଭୁବନେଶ୍ୱର: ଚଳିତ ମୌସୁମୀରେ ରାଜ୍ୟରେ ଏଯାବତ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ମୌସୁମୀ ପ୍ରବେଶ କରିବାଠାରୁ ଜୁନ ପହିଲାରୁ ୧୯ ଅଗଷ୍ଟ ମଧ୍ୟରେ ରାଜ୍ୟରେ ୧୦୦୬ ମିଲିମିଟର୍ ବୃଷ୍ଟିପାତ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୭୮୬.୫ ମିମି ତୁଳନାରେ ୨୨୦ ମିମି ଅଧିକ ରହିଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

hiring

ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ ୪ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି, ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, ଗଜପତି, କଳାହାଣ୍ଡି ଓ ନବରଙ୍ଗପୁର । ମାଲକାନଗିରିରେ ୭୦୨.୨ ମିମି (୨୧ ମିମି କମ୍), ନବରଙ୍ଗରପୁରରେ ୬୩୧.୪ (୩୩ ମିମି କମ୍), କଳାହାଣ୍ଡିରେ ୭୭୨.୯ (୨୧ ମିମି କମ୍) ଏବଂ ଗଜପତିରେ ୪୧୩. ୨ ମିମି ବୃଷ୍ଟିପାତ ହୋଇଛି ।

ସେହିପରି କେନ୍ଦ୍ରାପଡ଼ା, ବାଲେଶ୍ୱର, ଢେଙ୍କାନାଳ, କେନ୍ଦୁଝର, ବୌଦ୍ଧ, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ସ୍ୱାଭାବିକ ଠାରୁ ମାତ୍ରାଧିକ ବର୍ଷା ରେକର୍ଡ ହୋଇଛି ।
ସେହିପରି କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, ଅନୁଗୋଳ, ଦେବଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସେହିପରି କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।

hiranchal ad1
Leave A Reply

Your email address will not be published.

3 × one =