ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ଟିମରୁ କୁଲଦୀପ ଆଉଟ୍, ଏହି ଖେଳାଳିଙ୍କୁ ମିଳିଲା ସ୍ଥାନ

0 53

ନୂଆଦିଲ୍ଲୀ; ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦଳରେ ବଡ଼ ପରିବର୍ତ୍ତନ କରିଛି । ପୁରୁଷ ଚୟନ କମିଟି କୁଳଦୀପ ଯାଦବଙ୍କୁ ଆଉଟ୍ କରିବାର ରାସ୍ତା ଦେଖାଇଥିବା ବେଳେ ତାଙ୍କ ସ୍ଥାନରେ ଗୁରନୂର ବ୍ରାରଙ୍କୁ ସ୍ଥାନ ଦିଆଯାଇଛି । ଜାରି ହୋଇଥିବା ରିପୋର୍ଟରେ ବିସିସିଆଇ କହିଛି ଯେ, ପୁରୁଷ ଚୟନ କମିଟି ନଭେମ୍ବର ୧୯, ୨୦୨୬ ରୁ ୱେଲିଂଟନରେ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଗୁରନୂର ବ୍ରାରଙ୍କୁ ଭାରତୀୟ ଦଳରେ ଅନ୍ତର୍ଭୁକ୍ତ କରିଛି । ଭାରତରେ ଚାଲିଥିବା ଘରୋଇ କ୍ରିକେଟ୍ ଖେଳିବା ପାଇଁ କୁଳଦୀପ ଯାଦବଙ୍କୁ ଟେଷ୍ଟ ଦଳରୁ ମୁକ୍ତ କରାଯିବ । “

hiring

ମାଉଣ୍ଟ ମଙ୍ଗନୁଇରେ ଆସନ୍ତାକାଲି (ରବିବାର) ଖେଳାଯିବାକୁ ଥିବା ଶେଷ ଦିନିକିଆରେ ଗୁରନୂର ବ୍ରାର ଖେଳିବେ ନାହିଁ । ୧୯ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ଟିମ୍‌ରେ ଯୋଗ ଦେବେ । ବ୍ରାରଙ୍କ ସ୍ଥାନରେ ବିସିସିଆଇ ଅନ୍ୟ ପ୍ଲେୟାରଙ୍କୁ ଏ ପର୍ଯ୍ୟନ୍ତ ସାମିଲ କରିନାହିଁ । ଟିମ୍ ଇଣ୍ଡିଆ ପାଇଁ ଗୁରନୂର ବ୍ରାର ୧୩ଟି ଦିନିକିଆ ଖେଳି ୨୩ଟି ୱିକେଟ୍ ହାସଲ କରିଛନ୍ତି । ଗୁରନୂର ଏ ପର୍ଯ୍ୟନ୍ତ ଟେଷ୍ଟ ଡେବ୍ୟୁ କରିନାହାନ୍ତି । କୁଳଦୀପ ଯାଦବ ଟେଷ୍ଟ ଟିମରୁ ରିଲିଜ୍ ହୋଇଛନ୍ତି । ଭାରତରେ ଜାରି ରହିଥିବା ଘରୋଇ କ୍ରିକେଟ ଟିମ୍‌ରେ ଯୋଗ ଦେବେ ।

hiranchal ad1
Leave A Reply

Your email address will not be published.

4 × three =