ମହା ଆନନ୍ଦରେ ପାଳିତ ହେଲା ଇଦ୍‌ ଉଲ୍‌ ଫିତର

0 67

ଘୁ.ଉଦୟଗିରି: ମୁସଲମାନ ସଂପ୍ରଦାୟ ମାନଙ୍କର ସବୁ ଠାରୁ ବଡ଼ ପର୍ବ ଇଦ ଉଲ ଫିତର । ସାରା ବିଶ୍ୱରେ ମୁସଲମାନ ସମ୍ପ୍ରଦାୟର ଜନସାଧାରଣ ମହା ଆନନ୍ଦରେ ଇଦ୍‌ ଉଲ ଫିତର ପର୍ବ ପାଳନ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଖୁସି ମନରେ ଏହି ଭାଇଚାରାର ପର୍ବକୁ ବିଶ୍ୱ ବାସୀଙ୍କ ଖୁସି କାମନା କରି ପାଳନ କରିଥିବା ଶୁଣିବାକୁ ମିଳିଛି । ପବିତ୍ର ରମଜାନ ମାସରେ ଏକ ମାସ ଧରି ଉପବାସ ବା ରୋଜା ରଖି ନମାଜ ପାଠ କରିବା ସହ ଚାନ୍ଦ ଦେଖିବା ପରେ ଇଦ୍‌ ପର୍ବ ପାଳନ ନିମନ୍ତେ ପ୍ରସ୍ତୁତି ହୋଇଥିଲା । ମୁସଲମାନ ସଂପ୍ରଦାୟର ଛୁଆ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ନୂଆଁ ପୋଷାକ ପିନ୍ଧିବା ସହ ମସଜିଦ ଯାଇ ସ୍ଥାନୀୟ ମସଜିଦର ସ୍ଥାୟୀ ଇମାମ୍‌ ମହମ୍ମଦ ନସିରୁଦିନ୍‌ଙ୍କ ତତ୍ତ୍ୱାବଧାନରେ ସମୂହ ନମାଜ ପାଠ କରିଥିଲେ । ଜଗତର ସମସ୍ତ ଜନସାଧାରଣଙ୍କ ନିମନ୍ତେ ଖୁସି,ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ । ନମାଜ ପାଠ ଶେଷ ହେବା ପରେ ସମସ୍ତେ ମିଠା ଖୁଆଇ ଇଦ୍‌ ମୁବାରକ ବା ଇଦ୍‌ର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପବିତ୍ର ରମଜାନ ମାସ ନିମନ୍ତେ ଦିଲ୍ଲୀରୁ ଇମାମ ମହମ୍ମଦ ହାସନ୍‌ ରାଜା ଆସିଥିବା ବେଳେ ସ୍ଥାନୀୟ ମସଜିଦ ଠାରେ ପବିତ୍ର କୋରାନ ପାଠ କରି ସମସ୍ତଙ୍କୁ ଶାସ୍ତ୍ର ଗତ ଜ୍ଞାନ ପ୍ରଦାନ କରିଥିଲେ । ଇଦ୍‌ ଉଲ୍‌ ଫିତର ପାଇଁ ସ୍ଥାନୀୟ ମସଜିଦ ଆଲୋକ ମାଳାରେ ସାଜସଜା ହୋଇଥିବା ସହ ସମସ୍ତ ମୁସଲମାନ ପରିବାର ଘର ଗୁଡ଼ିକ ମଧ୍ୟ ଆଲୋକ ମାଳାରେ ସଜା ହୋଇଥିବା ବେଳେ ଅଞ୍ଚଳରେ ଆନନ୍ଦମୟ ପରିବେଶ ଦେଖିବାକୁ ମିଳିଛି ।

hiranchal ad1
Leave A Reply

Your email address will not be published.

4 × 3 =