କମ୍ବିଂ ବେଳେ ଜୀବନ୍ତ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

0 274

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗତ କାଲି ବିଭିନ୍ନ ଜାଗାରେ ମାଓ ପୋଷ୍ଟର ସହ କେକେବିଏନ୍‌ ତରଫରୁ ଫିରିଙ୍ଗିଆ ଥାନା ପୋଡ଼ି ଘଟଣାରେ ନିରୀହ ଲୋକଙ୍କୁ ଜେଲ୍‌ ପଠାଇବାକୁ ବିରୋଧ କରିବା ସହ ଗଞ୍ଜେଇ ଚାଷ ଅଞ୍ଚଳର ଆର୍ଥିକ ମାନଦଣ୍ଡକୁ ସୁଦୃଢୁ କରୁଥିବାରୁ ଚାଷକୁ ମାନ୍ୟତା ଦେବା ନେଇ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲେ କେକେବିଏନ୍‌ ମାଓ ସଂଗଠନ । ଏହି ଘଟଣାକୁ ନେଇ ସାଡ଼ିଙ୍ଗିଆ ଠାରେ ଥିବା ୯୯ ବାଟାଲିଅନ ବିଏସ୍‌ଏଫ୍‌ ଗତକାଲିଠାରୁ ଟକେରିଗୁଡ଼ା ଜଙ୍ଗଲରେ କମ୍ବିଂ ଅପରେସନ୍‌ ଜୋରଦାର କରିଥିଲା । ଗତକାଲି ରାତି ହୋଇଥିବାରୁ ଆଜି ସକାଳ ୮ ଟା ସମୟରେ ଟକେରିଗୁଡ଼ା ଜଙ୍ଗଲରୁ ୨ ଲିଟର ଟିଫିନ୍‌ ବକ୍ସ, ୫୦ ଗ୍ରାମ ଜିଲେଟିନ୍‌, ୬ ଭୋଲ୍ଟ କସ୍ମସ ବ୍ୟାଟେରୀ, ଗୋଟିଏ ଜିଲେଟ ବ୍ଲେଡ, ଟେପ ସହ ଜୀବନ୍ତ ଲ୍ୟାଣ୍ଡ ମାଇନ ଉଦ୍ଧାର କରିଛି । ଅନ୍ୟପଟେ ବିଏସ୍‌ଏଫ୍‌ ଯବାନ ମାନେ କୌଣସି ସୂତ୍ରରୁ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍‌ ବିଛା ଯାଇଥିବା ଖବର ପାଇଥିଲେ, ତେବେ ପ୍ରାୟ ୧୨ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅପରେସନ୍‌ କରିବା ପରେ ଲ୍ୟାଣ୍ଡ ମାଇନ୍‌ର ସନ୍ଧାନ ପାଇଥିଲେ । ଏହାପରେ ସୁରକ୍ଷିତ ଭାବରେ ତାହାକୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଏହି ଅପରେସନରେ ଡଗ ସ୍କ୍ୱାର୍ଡ ଓ ବମ ନିଷ୍କ୍ରିୟ କାରୀ ଦଳଙ୍କ ସହ ବିଏସଏଫ ଅଧିକାରୀ ଓ ଯବାନ ମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

eleven − one =