ଓରାଙ୍ଗଉଟାନ୍ ଶାବକଙ୍କୁ ନେଇ ନନ୍ଦନକାନନରୁ ଆସିଲା ବଡ ଖବର

0 60

ଭୁବନେଶ୍ଵର : ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ୍ ଶାବକ । ମା’ ସ୍ନେହ ପ୍ରେମରୁ ବଞ୍ଚିତ ଏହି ଶାବକଙ୍କ ସେବାଯତ୍ନରେ ଯେପରି କୌଣସି ଅବହେଳା ନହୁଏ ସେଥି ପ୍ରତି ଯତ୍ନଶୀଳ ଅଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ଏବେ ପ୍ରାୟ ଏକ ମାସ ସଙ୍ଗରୋଧ ଗୃହରେ ରହିବେ। ଡବା କ୍ଷୀର ସହିତ ଫଳ ରସ ବୋତଲରେ ପିଇବାକୁ ଦିଆଯାଉଛି । ପ୍ରତି ୨ ଘଣ୍ଟା ଅନ୍ତରରେ ସେମାନଙ୍କୁ ଖାଇବାକୁ ଦିଆଯିବ । ସେମାନଙ୍କୁ ଚିନ୍ତାମୁକ୍ତ କରାଇବାକୁ ଦୋଳି ଲଗାଯାଇଛି । ଖୁବଶୀଘ୍ର ସେମାନଙ୍କୁ ମ୍ୟୁଜିକ୍ ଥେରାପି ଦିଆଯିବ । ଫୋନରେ କ୍ଲାସିକାଲ୍ ମ୍ୟୁଜିକ୍ ଶୁଣାଯିବ । ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦୀପ ମିରାସେ ସୂଚନା ଦେଇଛନ୍ତି ।

hiring

ଏବେ ୫ ଓରାଙ୍ଗଉଟାନ୍ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ଠିକ ଭାବରେ ଖାଦ୍ୟ ଗ୍ରହଣ କରୁଛନ୍ତି । ମା କଥା ଭୁଲିବା ପାଇଁ ଓ ଦେହର ଉଷ୍ମତା ବଢାଇବା ପାଇଁ ତାଙ୍କୁ କଣ୍ଢେଇ ଓ ଗୋଲ ତକିଆ ଦିଆଯାଇଛି । ପ୍ରତି ଦୁଇଘଣ୍ଟା ଅନ୍ତରରେ ଖିର ବୋତଲରେ ଖାଇବାକୁ ଦିଆଯାଉଛି । ଜଣେ ଡାକ୍ତର ସବୁବେଳେ ତାଙ୍କ ଉପରେ ନଜର ରଖିଛନ୍ତି । ୫ ଶାବକଙ୍କ ବୟସ ଭିନ୍ନ ଭିନ୍ନ । ୬ ମାସରୁ ୧୨ ମାସ ବୟସ ମଧ୍ୟରେ ଏହି ଶାବକମାନେ ଅଛନ୍ତି । ୫ଟି ଭିନ୍ନ ଭିନ୍ନ ମା’ର ଏହି ଶାବକ ପରସ୍ପର ସହିତ କଣ୍ଢେଇ ଧରି ଖେଳିବା ସହିତ ବୋତଲ ଧରି କ୍ଷୀର ଏବେ ନିଜେ ପିଉଛନ୍ତି । ମା’ ଛେଉଣ୍ଡ ୫ ବିରଳ ଓରାଙ୍ଗଉଟାନ ଶାବକଙ୍କର ନନ୍ଦନକାନନ କର୍ତ୍ତୃପକ୍ଷ ବିଶେଷ ଯତ୍ନ ନେଉଛନ୍ତି । କିଛିଦିନ ପର୍ଯ୍ୟନ୍ତ ରକ୍ତ ନମୁନା ସଂଗ୍ରହ ନକରିବାକୁ ବି ପରାମର୍ଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

4 × four =