ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

0 97

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏହି ବର୍ଷର ପ୍ରଥମ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁଯାୟୀ ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ ପ୍ରଦୀପ କୁମାର ସାମଲ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ । ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧୀନ ଥିବା କିମ୍ବା ପ୍ରାକ ମକଦମା ମାମଲାରେ ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚ ମାନ ପ୍ରତିଷ୍ଠା କରାଯାଇଥିଲା । ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍‌ ସୁବ୍ରତ ମହାନ୍ତି, ଆଇନ ସେବା ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା, ବରିଷ୍ଠ ଦେୱାନି ବିଚାରପତି ସନ୍ତୋଷ କୁମାର ଅଗ୍ରୱାଲ, କୋର୍ଟ ରେଜିଷ୍ଟର ସତ୍ୟବ୍ରତ ରାଣା, ଉପ ଖଣ୍ଡିୟ ବିଚାର ବିଭାଗୀୟ ଅଧିକାରିଣୀ ଶ୍ରୀମତୀ ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ସୁଭଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଭାବେ ଆର ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ଦେୱାନି ବିଚାରପତି ତଥା ସବ ଜଜ ପୁଣ୍ୟଶ୍‌ଳୋକ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରୀ ପାରସ ପାଢ଼ୀ, ମୋହନା କୋର୍ଟ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଧିକାରିଣୀ ଶ୍ରୀମତି ଅନନ୍ୟା ଦାସ ଓ କାଶୀ ନଗର କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ । ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ ମାନ ଆୟୋଜିତ କରାଯାଇଥିଲା । ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘର ସମସ୍ତ ଓକିଲ ବୁନ୍ଦ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ କେସ ମକଦ୍ଦମା ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ । ଏହି ଲୋକ ଅଦାଲତରେ ସମୁଦାୟ ୧୨୪୩୧ଟି କେସର ତ୍ୱରିତ ବିଚାରକୁ ନିଆଯାଇ ସମୁଦାୟ ୧୨୨୯୬ ଟି କେସ ସମାଧାନ କରାଯାଇ ସର୍ବମୋଟ ୧୧୧୭୫୭୬୯ ଟଙ୍କା ଆଦାୟ କରାଯାଉଥିଲା । ଏହି ଲୋକ ଅଦାଲତକୁ ପ୍ରାଧିକରଣର କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven − 8 =