ସଂକୁଲୋଇ ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0 58

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ସେବା ସମବାୟ ସମିତିରେ ବ୍ୟାଙ୍କିଙ୍ଗ ଓ କୃଷି ଋଣ ମେଳା ଆୟୋଜନ ହେବା ସହ ନୂତନ ସମବାୟ ସମିତି ଗୃହ ନିର୍ମାଣ ହେବାକୁ ଥିବା ସ୍ଥାନରେ ଭୂମି ପୂଜା ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ -କନ୍ଧମାଳ ସମବାୟ ସମିତିର ଉପନିବନ୍ଧକ ଯୁଗୋଳ କିଶୋର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ସମବାୟ ବ୍ୟାଙ୍କର ଇନ୍ସପେକ୍ଟର, ସ୍ଥାନୀୟ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମିତି ସଭ୍ୟ ତଥା ସେବା ସମବାୟ ସମିତିର ସଭାପତି ରଶ୍ମିତା ମହାକୁଡ଼, ସମ୍ପାଦକ ସଞ୍ଜୟ ଗାଈଗୌରିଆ, ପୁରୁଣା କଟକ ସମବାୟ ସମ୍ପାଦକ ପ୍ରଦୀପ ଅମାତ, ତିଲେଶ୍ୱର ସମ୍ପାଦକ ଶୁଭ୍ରଜିତ ପ୍ରଧାନ, ଲୁଣିବାହାଲ ସମ୍ପାଦକ ସଂଜୀବ ପ୍ରଧାନ ସମୂହ ମଂଚାସୀନ ଥିବାବେଳେ କୃଷି ଋଣ ଦ୍ୱାରା ଚାଷୀ ମାନେ କିପରି ଉପକୃତ ହୋଇପାରିବେ ସେ ନେଇ ଚାଷୀ ମାନଙ୍କୁ ଅବଗତ କରାଯାଇଥିଲା । ତତ ସହିତ କେତେକ ସଫଳ କୃଷକଙ୍କୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରି କୃଷିଋଣ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

four × 2 =