ଖପ୍ରାଖୋଲ ସେବା ସମବାୟ ସମିତିର ସଂପାଦକଙ୍କ ମନମୁଖି କାର୍ଯ୍ୟରେ ଚାଷୀ ହନ୍ତସନ୍ତ

0 108

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେ ଆଜି ଜିଲାପାଳ ମଣ୍ଡି ଶୁଭାରମ୍ଭ କରିଛନ୍ତି । ଖପ୍ରାଖୋଲ ସେବା ସମବାୟ ସମିତିର ଧାନ ମଣ୍ଡି ଉପରେ ଖପ୍ରାଖୋଲ ପଞ୍ଚାୟାତ, ଓଡ଼ିଆପାଳି ଓ ସାହାଜ ପାଣି ପଞ୍ଚାୟାତର ଚାଷି ମାନେ ନିର୍ଭର କରିଥାନ୍ତି । ଏହି ଧାନମଣ୍ଡିରେ ଧାନ ବିକ୍ରି କରିବା ପାଇ ଚାଷି ଆଗୁଆ ପଞ୍ଜିକରଣ କରିଥାଏ । କିନ୍ତୁ ଖପ୍ରାଖୋଲ ସେବା ସମବାୟ ସମିତିରେ ମହୁରୁଣ୍ଡି ଗ୍ରାମର ଜୟଦେବ ଭୋଇ ଖାତା ନଂ ୩୮ ପ୍ଳଟ ୩୫୧ ର ୦.୫୪ ଡି ପ୍ଳଟ ୯୭ ର ୦.୨୦ ଡି ପ୍ଳଟ ୧୦୮ ର ୦.୧୧ ରେ ପଞ୍ଜିକରଣ କରାଯାଇଛି କିନ୍ତୁ ସେବା ସମବାୟ ସମିତିର ସଂପାଦକ ସମସ୍ତ ପ୍ଲଟକୁ ବାଦ ଦେଇ ଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ହେଉଛି ଯେ, କେତେକ ମିଲର ଓ ସଂପାଦକଙ୍କ ମଧୁଚନ୍ଦ୍ରିକା ଚାଲିଛି । ଆଉ କେତେକ ଚାଷୀ ଅଭିଯୋଗ କରିଛନ୍ତି ଯେ, ସଂପାଦକ ଜଣକ ତାଙ୍କ ନିଜ ଲୋକଙ୍କ ନାମରେ ପ୍ରଥମେ ଅନଲାଇନରେ ପଞ୍ଜିକରଣ କରୁଛନ୍ତି । ସେହିପରି ଅନ୍ୟ ଜଣେ ଚାଷୀ ମହୁରୁଣ୍ଡି ଗ୍ରାମର ଜୟ କୁମାର ଭୋଇ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସେହିପରି ଖପ୍ରାଖୋଲ ଧାନ ମଣ୍ଡିରେ ଚାଷିଙ୍କ ଠାରୁ କ୍ୱିଣ୍ଟାଲ ପିଛା ୫ ରୁ ୭ କେଜି କଟନି ଛଟନି ହେଉଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ଯଦି କୌଣସି ଚାଷୀ ପ୍ରତିବାଦ କଲେ ଚାଷୀକୁ ଟୋକନ ଦିଆଯାଉନାହିଁ ବୋଲି ମଧ୍ୟ ଅଭିଯୋଗ ହେଉଛନ୍ତି । ତେଣୁ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସଂପାଦକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଆଗାମୀ ଦିନରେ ସେମାନେ କେମିତି ନିଜ କଷ୍ଟ ଉପାର୍ଜିତ ଅମଳକୁ ସରକାରୀ ଧାର୍ଯ୍ୟ ଦରରେ ବିକ୍ରି କରିପାରିବେ ସେ ଦିଗରେ ଜିଲ୍ଲାପାଳ ଦୃଷ୍ଟିଦେବାକୁ ସେମାନେ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − nine =