ନବରଙ୍ଗପୁର ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

0 50

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହ ବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି । ଏହା ଭାରତ ତଥା ରାଜ୍ୟରେ ଆସନ୍ତା ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥରର ବିଷୟବସ୍ତୁ ରହିଛି “ଦୁର୍ନୀତିକୁ ବିରୋଧ କରିବା; ରାଷ୍ଟ୍ର ପ୍ରତି ସମର୍ପିତ ରହିବା’ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଆଜି ଦିନର ମହତ୍ତ୍ୱ ଉପରେ ଉପସ୍ଥିତ ଛାତ୍ର ଛାତ୍ରୀ, କର୍ମଚାରୀ, ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ବୁଝାଇଥିଲେ । ମହାବିଦ୍ୟାଳୟର ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନିର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀମାନଙ୍କୁ ଅଧ୍ୟକ୍ଷ ସଚ୍ଚୋଟତା ନେଇ ଶପଥ ପାଠ କରାଇଥିଲେ ଏବଂ ଦୁର୍ନୀତି ମୁକ୍ତ ସମାଜ ଗଠନ ଏବଂ ଛାତ୍ର ଛାତ୍ରୀମାନଙ୍କୁ ଦୁର୍ନୀତି ବିରୁଦ୍ଧରେ ସଚେତନ ରହିବା ପାଇଁ ଆହ୍ୱାନ ଦେଇଥିଲେ । ଦର୍ଶନ ଶାସ୍ତ୍ର ବିଭାଗ ମୁଖ୍ୟ ଶମ୍ଭୁ ପ୍ରସାଦ ହୋତା ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇବାରେ ସହାୟତା କରିବା ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

hiranchal ad1
Leave A Reply

Your email address will not be published.

11 + 15 =