ନବରଙ୍ଗପୁର ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ଭିଜିଲାନ୍ସ ଚଢାଉ

0 331

ନବରଙ୍ଗପୁର,(ହୀ.ପ୍ର): ନବରଙ୍ଗପୁର ଅବକାରୀ ଅଧିକ୍ଷକ ଗଙ୍ଗା ପାଇକରାୟଙ୍କ ନବରଙ୍ଗପୁରସ୍ଥ ଭଡ଼ା ଘର, ଅଫିସ, ଜୟପୁରସ୍ଥ ପୈତୃକ ଘର ସହ ୬ଟି ସ୍ଥାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ବିଭାଗ ତରଫରୁ ଏକକାଳୀନ ୮ଗୋଟି ଟିମ୍‌ ଦ୍ୱାରା ଚଢ଼ଉ କରାଯାଇଛି । ସନ୍ଧାନ ସମୟରେ ନବରଙ୍ଗପୁର ଭଡ଼ା ଘର ଓ ଜୟପୁର ଠାରେ ଗଙ୍ଗା ପାଇକରାୟ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମରେସମ୍ପତ୍ତିଗୁଡିକ ଥିବା ରେକର୍ଡ କରାଯାଇଛି । ସେଗୁଡିକ ହେଲାଜୟପୁର ଫାୟାର ଷ୍ଟେସନ୍‌ ନିକଟରେ ଅବସ୍ଥିତ ୪୦୦୦ ବର୍ଗଫୁଟ ବିଶିଷ୍ଟ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ଜୟପୁର ନୁଆସାହି ପ୍ରଥମ ଲେନରେ ଅବସ୍ଥିତ ପ୍ଲଟ୍‌ ନଂ ୭୯୧/୨୦୦ରେ ଅନ୍ୟ ଏକ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ଜୟପୁର ଜଗଦତ୍ତ୍ରିପୁର ଠାରେ ପ୍ଲଟ୍‌ ନଂ ୩୪୧ର କ୍ଷେତ୍ର ୩୬୦୦ ବର୍ଗଫୁଟ ପରିମିତ ଜମିରେ ଟିଣ ଛାତର ପାର୍କିଂ ଗରେଜ, ଜମି ଓ ଘର କିଣିବା ପାଇଁ ୧୬ଲକ୍ଷ ଟଙ୍କା ଆନ୍ନାପୁରନା ରିଏଲ୍‌ ଇଷ୍ଟେଟ୍‌ ଜୟପୁରକୁ ଅଗ୍ରୀମ ରାଶି ପ୍ରଦାନ କରିଥିବା ରସିଦ, ଜୟପୁର ସହରର ପ୍ରାଇମ ଅଞ୍ଚଳରେ ୫ଟି ପ୍ଲଟ୍‌ ସବିଶେଷ ବିବରଣୀ; ୫୪୦୦ ବର୍ଗଫୁଟ ଜମି ଖାତା ନଂ ୨୬୩/୫୨ ଜଯପୁର ମୌଜା; ୦.୦୮୨ ଡିସିମିଲ ଜମି ଖାତା ନଂ ୧୨୩୧ ଏବଂ ପ୍ଲଟ୍‌ ନଂ ୩୪୧ ମାଉଜା ଜଗଦତ୍ତ୍ରିପୁର, ଜୟପୁର; ୬୦୦ ବର୍ଗଫୁଟ ଖାତା ନଂ ୯୨୯ ଏବଂ ପ୍ଲଟ୍‌ ନଂ ୭୯୧/୨୦୨୦ ମାଉଜା ନୁଆସାହି ପ୍ରଥମ ଲେନ୍‌ ଜୟପୁର; ୧୫୬୬ ବର୍ଗଫୁଟ ଖାତା ନଂ ୧୪୫୮ ଏବଂ ପ୍ଲଟ୍‌ ନଂ ୨୬୪ ମାଉଜା ଅମାଲାଜୋଡି, ଜୟପୁର; ୦.୦୮ ଡିସିମିଲ ଜମି ଖଟା ନଂ ୨୨୪/୪୦୮ ଏବଂ ପ୍ଲଟ୍‌ ନଂ ୩୧/୧୬୮୪ ମାଉଜା କାନକଡାହାନ୍ଦି, ଜୟପୁର ଆଦି ଜବତ ହୋଇଥିବା ବେଳେ ଏହାର ମୂଲ୍ୟାୟନ ଟେକ୍ନିକାଲ ଟିମ୍‌ ଦ୍ୱାରା ଆକଳନ କରାଯାଉଛି ।
ଏହା ଛଡା ନଗଦ ୧,୦୯,୧୫୦ ଟଙ୍କା , ଦୁଇଟି ଚାରି ଚକିଆ ଯାନ (ହୁଣ୍ଡାଇ କ୍‌ରେଟା ଏବଂ ଟାଟା ACE) ଏବଂ ଦୁଇଟି ଦୁଇଟି ଚକିଆ ଯାନ; ବ୍ୟାଙ୍କ, ଇନସୁରାନ୍ସ, ଡାକ ଏବଂ ଅନ୍ୟାନ୍ୟ ଜମା ଯାଞ୍ଚ ଚାଲିଛି । ଖବର ଲେଖା ସମୟରେ ଅନୁସନ୍ଧାନ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

5 × 1 =