ଇପିଏଫ ପେନସନ ଭୋଗୀଙ୍କ ଆନ୍ଦୋଳନ

0 67

ସମ୍ବଲପୁର:ଆଜି ସର୍ବଭାରତୀୟ ସ୍ତରରେ ଇପିଏଫ ପେନସନ ଭୋଗୀ ସଂଗଠନ ଗୁଡ଼ିକ ପକ୍ଷରୁ ଆନ୍ଦୋଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଏଠାକାର ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ସଂଗଠନ ଓ ସେଗୁଡିକର ସଭ୍ୟମାନେ ଧାରଣା ଦେଇଥିଲେ ତଥା ଆୟୁକ୍ତଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଏକ ସ୍ମାରକପତ୍ର ପଠାଯାଇଛି । ଏଥିରେ ଲିଖିତ ଦାବି ଅନୁଯାୟୀ କେନ୍ଦ୍ର ସରକାର ନିଜ ପେନସନ ଭୋଗୀଙ୍କ ପାଇଁ ଅତିକମରେ ୯ ହଜାର ଟଙ୍କା ପ୍ରତିମାସ ପେନସନ ଦର ସ୍ଥିର କରିଥିବା ପରିପ୍ରେକ୍ଷୀରେ ଇପିଏଫ ପେନସନ ଭୋଗୀଙ୍କ ପାଇଁ ଏହାର ସର୍ବନିମ୍ନ ଦର ୩ ହଜାର ଟଙ୍କା ପ୍ରତିମାସ ଦେବାକୁ ଘୋଷଣା କରନ୍ତୁ, ଯାହାକି ୯ ବର୍ଷ ପୂର୍ବେ ୨୦୧୩ ମସିହାରେ ରାଜ୍ୟସଭା ପିଟିସନ କମିଟି ଦ୍ୱାରା ସୁପାରିଶ କରାଯାଇଛି । ଏହାଦ୍ୱାରା ସମଗ୍ର ଦେଶରେ ପ୍ରାୟ ୭୦ ଲକ୍ଷ ପେନସନ ଭୋଗୀ ଉପକୃତ ହୋଇପାରିବେ, କାରଣ ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ସର୍ବନିମ୍ନ ପେନସନ ମାତ୍ର ୪ ଶହ ରୁ ୪ ହଜାର ଟଙ୍କା ରହିଛି ଓ ସେମାନଙ୍କୁ ମହଙ୍ଗା ଭତ୍ତା ମଧ୍ୟ ପାଇବାରୁ ବଞ୍ଚିତ ରଖାଯାଇଛି । ଏଣୁ ସେମାନଙ୍କୁ ଏହାସହିତ କେନ୍ଦ୍ର ସରକାରଙ୍କ ଢାଂଚାରେ ମହଙ୍ଗା ଭତ୍ତା ମଧ୍ୟ ପ୍ରଦାନ କରାଯାଉ । ସ୍ମାରକପତ୍ରରେ ଏହା ମଧ୍ୟ କୁହାଯାଉଛି କି ଗତବର୍ଷ ସାଂସଦ ଭର୍ତ୍ତୁହରି ମହତାବଙ୍କ ନେତୃତ୍ୱରେ ଗଠିତ ଲେବର ଷ୍ଟାଣ୍ଡିଙ୍ଗ କମିଟି ମଧ୍ୟ ସର୍ବନିମ୍ନ ପେନସନ ବୃଦ୍ଧି ବିଷୟରେ ଏଥିପାଇଁ ସୁପାରିଶ କରିଛନ୍ତି । ବର୍ତ୍ତମାନ ଏହି ପେନସନ ଭୋଗୀଙ୍କ ଦୁର୍ଦ୍ଦଶାକୁ ଦେଖି ତାଙ୍କର ସର୍ବନିମ୍ନ ପେନସନ ପ୍ରତିମାସ ୯ ହଜାର ଟଙ୍କା ଓ ସେହିପରି କେନ୍ଦ୍ର ହାରରେ ମହଙ୍ଗା ଭତ୍ତା ବୃଦ୍ଧି କରିବା ପାଇଁ ଦାବି କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 2 =