ଶିଶୁ ଓ ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଓ ସମ୍ମାନ ଦେବାକୁ ଭାରତୀ ସମାଜର ସଂକଳ୍ପ

0 41

ସମ୍ବଲପୁର: ସମାଜର ଦୁଇ ଗୁରୁତ୍ୱପୂର୍ଣ୍ଣ ଅଂଗ ହେଉଛନ୍ତି ଶିଶୁ ଏବଂ ବରିଷ୍ଠ ନାଗରିକ । ଏଣୁ ଶିଶୁ ମାନଙ୍କୁ ଉଚିତ୍‌ ସଂସ୍କାର ଏବଂ ବିକାଶ ପାଇଁ ସୁଯୋଗ ପ୍ରଦାନ କରିବା ସହ ବରିଷ୍ଠ ନାଗରିକ ମାନଙ୍କ ସୁରକ୍ଷା ଏବଂ ସମ୍ମାନ ଦେବା ସୁସ୍ଥ ସମାଜ ପାଇଁ ନିହାତି ଜରୁରୀ ବୋଲି ଭାରତୀ ସମାଜର ବୈଠକରେ ମତ ପ୍ରକାଶ ପାଇଛି । ସମାଜର ଏହି ଦୁଇ ପ୍ରମୁଖ ଅଂଗ ପରସ୍ପରର ପରିପୂରକ, ତେବେ ଆଧୁନିକ ସମାଜ ଓ ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ଯୌଥ ପରିବାରର ଅଭାବରୁ ଶିଶୁମାନେ ବରିଷ୍ଠ ନାଗରିକ ମାନଙ୍କ ଶିକ୍ଷା ସଂସ୍କାରରୁ ବଂଚିତ ରହୁଛନ୍ତି । ଚଲିତ ବର୍ଷ ଏପ୍ରିଲ ୧ ତାରିଖରେ ଭାରତୀ ସମାଜ ସ୍ଥାପନାର ୨୨ ବର୍ଷ ପୂରଣ ହେବ । ସେଥିପାଇଁ ବାଲ ସଂସ୍କାର କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ମାନଙ୍କୁ ଯୋଡିବା ସହ ବରିଷ୍ଠ ନାଗରିକ ମାନଙ୍କ ସମସ୍ୟା ପ୍ରତି ସମାଜର ଉଦାସିନତାକୁ ଦୂର କରିବା ପାଇଁ ପଦକ୍ଷେପ ନେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ସ୍ଥାନୀୟ ଭାରତୀ ସମାଜର ସଂଚାଳକ ଭବାନୀଶ ଭୋଇଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ସତ୍ୟ ନାରାୟଣ ହୋତା, ସୁବୋଧ କୁମାର ଦୋରା, ସୁଦାମ ମେହେର, ସୁସ୍ମିତ କୁମାର ପଣ୍ଡା, ସୁରେନ୍ଦ୍ର ବଗର୍ତୀ, କାନ୍ତି ମେହେର, ସଂଜୀବ ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ସଭାଶେଷରେ ଭକ୍ତଚରଣ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − eight =