କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର

0 1,954

hiring

ବୌଦ୍ଧ/ବାଉଁଶୁଣୀ,୨୧/୨ – ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ବାଉଁଶୁଣି ଥାନା ଦନ୍ତାପାଲି ଗ୍ରାମ ନିକଟରେ ଗୋଟିଏ କାର୍ ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ଏକ କାର୍ ଓଡ଼ି 02 ବି 1971 ଏଚ ଭୁବନେଶ୍ଵରରୁ ସୋନପୁର ଅଭିମୁଖେ ଯାଉଥିବା ବେଳେ ବାଇକ ନମ୍ବର୍ ଓଡ଼ି 31 ଡି 8846 ସହ ଆଜି ସକାଳ ପ୍ରାୟ 8 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର 57ର ଦନ୍ତାପାଲି ନିକଟରେ ଧକ୍କା ହୋଇଥିଲା | ଫଳରେ ବାଇକ ଆରୋହୀ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଗୁଡପଡା ଗ୍ରାମର ଅଶୋକ ଷାଣ୍ଢ (30 ) ଗୁରୁତର ଆହତ ହୋଇଥିଲେ | ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନସ୍ ଯୋଗେ ବାଉଁଶୁଣୀ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ | ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପରେ 108 ଆମ୍ବୁଲାନସ୍ ଯୋଗେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

5 + fifteen =