ରୋଗୀଙ୍କୁ ଏକ କିଲୋମିଟର ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ

0 991

ବୌଦ୍ଧ – ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତ ବିଜାମାରୀ ଗ୍ରାମର ଜଣେ ରୋଗୀଙ୍କୁ ସ୍କେଚର୍ ରେ ପ୍ରାୟ ୧ କିଲୋମିଟର ବାଟ ବୋହିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକ୍ ଆମ୍ବଝରୀ ଗ୍ରାମ ପଞ୍ଚାୟତ ବିଜାମାରୀ ଗ୍ରାମର ପ୍ରଭାକର କହଁର ଅସୁସ୍ଥ ହୋଇଥିବା ସୁଚନା ପାଇ ୧୦୮ ଆମ୍ବୁଲାନ୍ସ୍ କର୍ମଚାରୀ ମାନେ ବିଜାମାରୀ ପହଂଚି ରୋଗୀଙ୍କ ଘର ଅନୁସନ୍ଧାନ କରିଥିଲେ ।

hiring

ରୋଗୀଙ୍କ ଘର ପ୍ରାୟ ଏକ କିଲୋମିଟର ଦୂର ଓ ରାସ୍ତା ଯୋଗାଯୋଗ ନ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବପର ନଥିଲା । ଶେଷରେ ଆମ୍ବୁଲାନ୍ସ୍ କର୍ମଚାରୀ ଫାର୍ମାସିଷ୍ଟ ସୁରଜ ମହାନନ୍ଦ, ଡ୍ରାଇଭର ଯୁବରାଜ କହଁର୍ ଓ ଆଟାଣ୍ଡଣ୍ଟ ଅନୀଲ୍ କହଁର୍ ରୋଗୀଙ୍କୁ ଆମ୍ବୁଲାନ୍ସ୍ ନିକଟକୁ ବୋହି ଆଣିଥିଲେ । ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଏଭଳି ମାନବିକତାକୁ ଜନସାଧାରଣରେ ପ୍ରଶଂସା କରାଯାଉଛି ।

hiranchal ad1
Leave A Reply

Your email address will not be published.

12 − 5 =