ଆକ୍ସନ ମୁଡ୍ରେ ଦାରିଙ୍ଗବାଡ଼ି ତହସିଲଦାର, କୋଭିଡ଼ ନିୟମ ଉଲ୍ଲଙ୍ଘନ ନେଇ ପୁଣି ୨ ଦୋକାନ ସିଲ୍ କଲେ

0 104

ଦାରିଙ୍ଗବାଡ଼ି,୧୨/୫: ପୁଣି କୋଭିଡ଼ ନିୟମ ଉଲଘଂନ କରି ସଟଡାଉନ ସମୟରେ ଦୋକାନ ଖୋଲିବା ପଡ଼ିଲା ମହଙ୍ଗା । ୨ ଅମାନିଆ ଦୋକାନୀଙ୍କ ଦୋକାନ ସିଲ କଲା ଦାରିଙ୍ଗବାଡ଼ି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର ସଟଡାଉନ ଘୋଷଣା ହୋଇଥିବା ବେଳେ ଅନ୍ୟ ଦିନ ମାନଙ୍କରେ ଲକଡାଉନ ଜାରି ରହିଛି । ଲକଡାଉନ ସମୟରେ ସକାଳ ୬ ଟା ରୁ ୧୨ଟା ଯାଏ ସରକାରଙ୍କ ନିୟମ ଅନୁଯାୟୀ ଲୋକଙ୍କ ସୁବିଧା ପାଇଁ ଅତି ଆବଶ୍ୟକ ଦୋକାନ ଖୋଲା ରହୁଛି । ହେଲେ ଉକ୍ତ ସମୟ ବାହାରେ ଦାରିଙ୍ଗବାଡି ବ୍ଲକର ବାଡାବାଙ୍ଗା ଛକରେ ଥିବା ଦୁଇଟି ରାସନ ଦୋକାନ କୋଭିଡ଼ ନିୟମ ଉଲଂଘନ କରି ଦୋକାନ ଖୋଲା ରଖି ବ୍ୟବସାୟ କରୁଥିଲେ । ଦୋକାନ ଖୋଲା ହୋଇଥିବା ନେଇ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସୂଚନା ପାଇ ଦୋକାନରେ ପହଂଚି ଦୋକାନକୁ ସିଲ କରିଥିଲେ । ଏହି ଚଢ଼ାଉ ବେଳେ ଦାରିଙ୍ଗବାଡ଼ି ରାଜସ୍ୱ ନିରୀକ୍ଷକ କେଦାର ସାହୁ ଓ ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ଦୋକାନ ନଖୋଲିବାକୁ ନିର୍ଦେଶ ଦେଇଥିଲେ l

hiranchal ad1
Leave A Reply

Your email address will not be published.

twenty − 3 =