ବାଣିଗୋଛାରେ ବରିଷ୍ଠ ନାଗରିକ ନେଲେ କରୋନାର ଦ୍ୱିତୀୟ ଡୋଜ୍‌

0 105

ଦଶପଲ୍ଲା,୧୨/୫- ସାରା ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରୀ ଦିନକୁ ଦିନ ତାର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ତେଣୁ ସରକାର ବରିଷ୍ଠ ନାଗରିକ ମାନଙ୍କୁ ୪୫ଦିନ ପୂର୍ବରୁ ପ୍ରଥମ ଟୀକା ଦେଇଥିଲେ , ତେବେ ଆଜି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ଆରମ୍ଭ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଟ ନାଗରିକ ମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକା ପ୍ରଦାନ କରାଯାଇଛି । ତେବେ ସରକାରଙ୍କ କୋଭିଡ ୧୯ ନିୟମକୁ ପାଳନ କରାଯାଇ ପ୍ରଥମେ ଟୀକାକରଣ ହୋଇଥିଲା । ସେହିପରି ଟୀକା ନେବା ପାଇଁ ଆସିଥିବା ବରିଷ୍ଟ ନାଗରିକ ତଥା ଜଟିଳ ରୋଗଗ୍ରସ୍ତ ମାନଙ୍କ ମନରେ ଉକ୍ରଣ୍ଠା ଦେଖିବାକୁ ମିଳିଥିଲା । ତେବେ ଆଜି ମଧ୍ୟାହ୍ନ ୧୨.୩୦ ସୁଦ୍ଧା ସମୁଦାୟ ୧୦୭ ଜଣ ବରିଷ୍ଠ ନାଗରିକଙ୍କୁ କୋଭିଡ ଟୀକା କରାଯାଇଛି ବୋଲି ବାଣିଗୋଛା ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା. କାଳୀ ପ୍ରସାଦ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve + seven =