ବୌଦ୍ଧ – ସାଧାରଣ ରୋଗୀ କ୍ବାକ୍ ମାନଙ୍କ ଭରସାରେ !

0 1,513

hiring

ବୌଦ୍ଧ,୧୩/୫ – କରୋନା ମହାମାରୀ ଜିଲ୍ଲାରେ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ତାକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛି l ଏଭଳି ପରିସ୍ଥିତିରେ ସାଧାରଣ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି l ଡାକ୍ତର ଖାନା ମାନଙ୍କରେ କରୋନା ପାଇଁ ବିଭିନ୍ନ କଟକଣା ରହୁଥିବା ଦ୍ରୁଷ୍ଟିରୁ ସାଧାରଣ ରୋଗୀ ମାନେ ଗାଆଁ ଗଣ୍ଡାରେ ଥିବା ଅର୍ଦ୍ଧ ଶିକ୍ଷିତ ଓ ଅନଭିଜ୍ଞ କ୍ବାକ୍ ମାନଙ୍କ ଉପରେ ଭରସା କରୁଥିବା ଦେଖିବାକୁ ମିଳେ l ସେମାନେ ଗାଆଁ ଗାଆଁରେ କ୍ଲିନିକ ଭଳି ଦୋକାନ ଖୋଲି ସେମାନଙ୍କ ସ୍ବାସ୍ଥ୍ୟ ବେପାର ମେଲି ଦେଇଛନ୍ତି l ଗ୍ରାମାଞ୍ଚଳ ମାନଙ୍କରେ ଅନେକ ଲୋକ ବର୍ତ୍ତମାନ ଜ୍ୱରରେ ପିଡିତ ଅଛନ୍ତି | ଡାକ୍ତରଖାନା ଗଲେ କରୋନା ପରୀକ୍ଷା ଭୟରେ କ୍ବାକ୍ ମାନଂକ ଠାରୁ ଔଷଧ ଖାଇ ଘରେ ରହି ଯାଉଥିବା ଦେଖିବାକୁ ମିଳୁଛି l ସାଧାରଣ ଜ୍ବର ହୋଇ ଥିଲେ କିଛି ସୁସ୍ଥ ହୋଇ ଯାଉଥିବା ବେଳେ କୋଭିଡ୍ ଲକ୍ଷଣ ହୋଇଥିଲେ ଗୁରୁତର ହୋଇ ଶେଷ ଅବସ୍ଥାରେ ଡାକ୍ତରଖାନା ଆସୁଛନ୍ତି | ସେଥିପାଇଁ କରୋନାର ଦ୍ବିତୀୟ ଲହର୍ ଆସିବା ପରେ ସଂକ୍ରମଣ ଓ ଗୁରୁତର ତଥା ମୃତ୍ୟୁ ହାର ବ୍ରୁଦ୍ଧି ପାଇବାରେ ଲାଗିଛି l ସେହିପରି ଜିଲ୍ଲାର ବିଭିନ୍ନ ଔଷଧ ଦୋକାନ ଗୁଡିକରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳେ l ଡାକ୍ତରଖାନା ନ ଆସି ଔଷଧ ଦୋକାନୀ ମାନଙ୍କୁ ପଚାରି ସାଧାରଣ ରୋଗୀ ମାନେ ଔଷଧ ନେଇ ଖାଉଛନ୍ତି l ସେମାନେ ଔଷଧ ବିକିବା ପାଇଁ ଲାଇସେନ୍ସ ପ୍ରାପ୍ତ କରିଥିଲେ ମଧ୍ୟ ଚିକିତ୍ସା ପାଇଁ ଲାଇସେନ୍ସ ନାହିଁ | ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏ ଦିଗ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ l ଅନଭିଜ୍ଞ କ୍ବାକ୍ ଓ କିଛି ଔଷଧ ଦୋକାନୀ ମାନଂକ ଆଗରେ ସକାଳୁ ସନ୍ଧ୍ୟା ଯାଏଁ ସାଧାରଣ ରୋଗୀଙ୍କ ଅସମ୍ଭବ ଭିଡ ପରିଲକ୍ଷିତ ହେଉଛି | ଲକ ଡାଉନ୍ ସମୟରେ ମଧ୍ୟ ମୁଖ୍ୟ ରାସ୍ତା ଉପରେ କ୍ବାକ୍ ମାନେ ଦୋକାନ ଖୋଲି ଲୋକ ଗହଳି କରାଇ ଚିକିତ୍ସା କରୁଥିଲେ ମଧ୍ୟ ପୋଲିସ୍ କିମ୍ବା ପ୍ରଶାସନ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ l କେତେକ କ୍ବାକ୍ ରୋଗୀ ମାନଙ୍କୁ ସାଲାଇନ ଓ ଇଂଜେକସନ ଦେବା ସହ ଛୋଟ ଛୋଟ ଅପରେସନ୍ ମଧ୍ୟ କରୁଥିବା ଅଭିଯୋଗ ହେଉଛି | ସେମାନେ ଡାକ୍ତରଙ୍କ ଭଳି ଷ୍ଟେଥୋ ବ୍ୟବହାର କରି ଓ ପାଥୋ କ୍ଲିନିକ ଖୋଲି ପରୀକ୍ଷା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି l ଡ୍ରଗ ଇନ୍ସପେକ୍ଟରଙ୍କ ଉପସ୍ଥିତି ଜିଲାବାସୀ ଅନୁଭବ କରୁନଥିବା ବେଳେ ସ୍ବାସ୍ଥ୍ୟ ବିଭାଗ, ପୋଲିସ୍ କିମ୍ବା ଜିଲ୍ଲା ପ୍ରଶାସନ ମଧ୍ୟ ଏ ଅର୍ଦ୍ଧ ଶିକ୍ଷିତ ଓ ଅନଭିଜ୍ଞ କ୍ବାକ୍ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଜିଲ୍ଲାବାସୀଙ୍କ ଚିନ୍ତା ବଢାଇଛି l ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ଜିଲ୍ଲାର ଜନସାଧାରଣ ହଇରାଣ ହେବେ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି l

hiranchal ad1
Leave A Reply

Your email address will not be published.

20 − 10 =