ବୌଦ୍ଧ : ଆଜି ପୁଣି 3 ଜଣ କରୋନା ଆକ୍ରାନ୍ତ ଚିନ୍ହଟ

0 515

hiring

ବୌଦ୍ଧ,୩୦/୧୨- ଆଜି ପୁଣି ଜିଲ୍ଲାରେ 3 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 3ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2775 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି l ସେମାନଙ୍କ ମଧ୍ୟରୁ 2751 ଜଣ ସୁସ୍ଥ ହୋଇ ସାରିଛନ୍ତି ଓ 11 ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି | ସେହିପରି 13 ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି ଓ 23 ଆକ୍ରାନ୍ତ ସୁସ୍ଥ ହୋଇ ସାରିବା ପରେ ପ୍ଲାଜମା ଦାନ କରିଛନ୍ତି ବୋଲି ଶ୍ରୀ ଧରୁଆ ସୂଚନା ଦେଇଛନ୍ତି l ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ 3 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ତାଙ୍କର ନମୁନା ବୌଦ୍ଧ ଜିଲ୍ଲାରୁ ସଂଗ୍ରହ କରାଯାଇନାହିଁ l ସେମାନେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ ହୋଇ ଥାଇ ପାରନ୍ତି ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି |

hiranchal ad1

Leave A Reply

Your email address will not be published.

three × 1 =