ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

0 345

ବୌଦ୍ଧ,୩୦/୧୨ – ବିଜେପିର ମଣ୍ଡଳ ନମ୍ଵର୍ ୯ ହରଭଙ୍ଗାର କର୍ମୀ ମାନଙ୍କ ଦୁଇ ଦିନିଆ ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି l ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶ୍ରୀ ତପନ ଡାଙ୍ଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ବିପ୍ର ଚରଣ ମହାନ୍ତି ଜିଲ୍ଲା ବିଜେପି ସଭାପତି ଯୋଗଦେଇ ଦଳର ନୀତି ଆଦର୍ଶ ସଂକଳ୍ପ ଓ ଦଳର ପ୍ରତିଷ୍ଠାତା ମହାପୁରୁଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଓ ଡକ୍ଟର ଶ୍ଯାମ ପ୍ରସାଦ ମୁଖାର୍ଜୀ ଙ୍କ ଜୀବନୀ ଓ ଦଳ ପାଇଁ ତ୍ୟାଗ ସଂକଳ୍ପ ମାର୍ଗଦର୍ଶନ ଉପରେ ସମସ୍ତ ୬୧ ଜଣିଆ କମିଟି ସଦସ୍ୟ ମାନଙ୍କୁ ଆଲୋକପାତ କରିଥିଲେ l
ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ଦଳର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ମହାପାତ୍ର, ସତ୍ୟାନନ୍ଦ ପାଣ୍ଡେ, ଶ୍ଯାମ ସୁନ୍ଦର୍ ପୁରୋହିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଜେପି ଦଳର ବରିଷ୍ଠ ନେତା ମାଗୁଣି ଗାଈଗୌରୀଅl, ସୁଶାନ୍ତ ପ୍ରଧାନ, ରବି ପ୍ରଧାନ ଯୋଗ ଦେଇ ଦଳ ପ୍ରତି ସମସ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ବେହେରା, ରଞ୍ଜିତ କୁମାର ମହାକୁଡ଼, ସୁଶାନ୍ତ କୁମାର ପ୍ରଧାନ (କାଇଁଚ ), ଅରୁପl ଦୀପ ପ୍ରମୁଖ ଯୋଗ ଦେଇଥିଲେ |

hiranchal ad1
Leave A Reply

Your email address will not be published.

five × four =