ମର୍ଜାକୁଦରେ ମା ସତୀକନ୍ୟାଙ୍କ ଚୁଡାଖାଇ ଯାତ୍ରା ଅନୁଷ୍ଠିତ

0 953

hiring

ବୌଦ୍ଧ,୩୦/୧୨- କରୋନା କଟକଣା ମଧ୍ୟରେ ଆଜି ମାର୍ଗଶିର ପୁର୍ଣ୍ଣିମା ଅବସରରେ ବୌଦ୍ଧ ସହର ମହାନଦୀ ମଧ୍ୟରେ ଅବସ୍ଥିତ ମର୍ଜାକୁଦରେ ମା ସତୀକନ୍ୟାଙ୍କ ପୀଠରେ ପବିତ୍ର ଚୁଡାଖାଇ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି | ଆଜି ଅପରାହ୍ନରେ ପୁରୁଷ ଓ ମହିଳା ମାନେ ଭୋଗରାଗ ଧରି ମାଆଙ୍କ ଛତ୍ରକୁ ସତୀକନ୍ୟାଙ୍କ ପୀଠକୁ ନେଇଥିଲେ | ଢୋଲ, ମହୁରୀ ଓ ନିଶାଣର ତାଳେ ତାଳେ ଅଶ୍ଳୀଳ ବୋଲି ଉଚ୍ଚାରଣ କରି ମାତୃ କୃପା ଲାଭ କରିବାକୁ ଭକ୍ତ ମାନେ କାମନା କରିଥିଲେ | ଆସନ୍ତା ସପ୍ତାହର ଆଜିର ଦିନରେ ମହାନଦୀ କୂଳରେ ଥିବା ମା ପୀତାବଳୀ ପୀଠରେ ପାରମ୍ପରିକ ଆଠ ମଙ୍ଗଳା ଯାତ୍ରା ଅନୁଷ୍ଠିତ ହେବ | ବହୁ ବର୍ଷ ଧରି ଆବହମାନ କାଳରୁ ମର୍ଜାକୁଦ୍ ଗ୍ରାମରେ ଏ ଯାତ୍ରା ନିଆରା ଢଙ୍ଗରେ ପାଳିତ ହୋଇ ଆସୁଛି l

hiranchal ad1
Leave A Reply

Your email address will not be published.

15 + six =