ବୌଦ୍ଧ : ୬୫ ଆକ୍ରାନ୍ତ ଚିନ୍ହଟ, ବୌଦ୍ଧ ସହରାଞ୍ଚଳ ସାଜିଛି ହଟସ୍ପଟ

0 3,875

ବୌଦ୍ଧ,୨୯/୪- ବୌଦ୍ଧ ଜିଲ୍ଲାରେ ଆଜି ୬୫ ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜି ବୌଦ୍ଧ ଏନଏସି ରେ ସର୍ବାଧିକ ୨୪ ଜଣ ନୂତନ ଆକ୍ରାନ୍ତ ଚିନ୍ହଟ ହୋଇଥିବା ବେଳେ ହରଭଙ୍ଗା ବ୍ଲକରୁ ୧୮ ଜଣ, କଣ୍ଟାମାଳ ବ୍ଲକ ମଧ୍ୟରୁ ୧୩ ଜଣ ଓ ବୌଦ୍ଧ ବ୍ଲକ୍ ଅଂଚଳରୁ ୮ ଜଣ ନୂତନ କୋରନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l ତାଙ୍କ ସୁଚନା ଅନୁଯାୟୀ ବୌଦ୍ଧବ୍ଲକ୍ ବଢିଗାଁ ଗ୍ରାମ ପଞ୍ଚାୟତ ଓଲଣ୍ଡା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୧ ଜଣ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ବୁରୁବୁଦା ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ଭାଇନା ମୁଣ୍ଡା ଗ୍ରାମରୁ ୧ ଜଣ, କରମା ପଦର ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଲୁଣ୍ଡାବେରଣୀ ଗ୍ରାମରୁ ୧ ଜଣ, ୫ମ ଆଇ.ଆର.ବି. ପରିସର ମଧ୍ୟରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ପୋଡ଼ଖାଲ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ବିରିଗଡ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ସୁରୁଣ୍ଡି ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମରୁ ୫ ଜଣ, ନୁଆ କୋଡlସିଙ୍ଗା ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତର କୁମାରୀ ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମରୁ ୨ ଜଣ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ବଡବନ୍ଧ ଗ୍ରାମରୁ ୩ ଜଣ, ଲଇଗାଁ ଗ୍ରାମରୁ ୧ ଜଣ, ସାମ୍ପୋଚ ଗ୍ରାମରୁ ୧ ଜଣ, ତିଲେଶ୍ବର୍ ଗ୍ରାମ ପଞ୍ଚାୟତ ତାକୁଡ୍ ଗ୍ରାମରୁ ୧ ଜଣ, ତିଲେଶ୍ବର୍ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ ବରଗାଁ ଗ୍ରାମ ପଞ୍ଚାୟତ ଗୋଛାଙ୍ଗୀ ଗ୍ରାମରୁ ୧ ଜଣ, ବିଳାସପୁର୍ ଗ୍ରାମ୍ ପଂଚାୟତ ଟିଲାତିଙ୍ଗା ଗ୍ରାମରୁ ୧ ଜଣ,ପଦରପଡା ଗ୍ରାମରୁ ୧ ଜଣ, ବିଳାସପୁର୍ ଗ୍ରାମରୁ ୧ ଜଣ, ଗୁଡଭେଲିପଦର ଗ୍ରାମ ପଞ୍ଚାୟତ ଡଂଗାଝୋଲ ଗ୍ରାମରୁ ୧ ଜଣ, ଜୟଦ ପୁର୍ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ଡୁମାଲ୍ ପାଲି ଗ୍ରାମରୁ ୧ ଜଣ, ବନ୍ଧପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୨ ଜଣ, ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଶିଆଳି ଝୁଲି ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ପିପଲପାଲି ଗ୍ରାମରୁ ୧ ଜଣ, ରୁଣ୍ଡି ମହୁଲ ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧ ନମ୍ବର୍ ୱାର୍ଡରୁ ୩ ଜଣ, ୨ ନମ୍ବର୍ ୱାର୍ଡରୁ ୧ ଜଣ, ୪ ନମ୍ବର୍ ୱାର୍ଡରୁ ୮ ଜଣ, ୫ ନମ୍ବର ୱାର୍ଡରୁ ୪ ଜଣ, ୬ ନମ୍ବର୍ ୱାର୍ଡରୁ ୧ ଜଣ, ୮ ନମ୍ବର୍ ୱାର୍ଡରୁ ୧ ଜଣ, ୧୨ ନମ୍ବର୍ ୱାର୍ଡରୁ ୩ ଜଣ ଓ ୧୫ ନମ୍ବର ୱାର୍ଡରୁ ୩ ଜଣ ନୂତନ କୋରନା ପଜିଟିଭ ଚିନ୍ହଟ ହୋଇଥିବା ଜଣା ପଡିଛି l

hiranchal ad1
Leave A Reply

Your email address will not be published.

eight + two =