ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ କୋଭିଡ୍‌ ଟୀକାକରଣ

0 97

ଦଶପଲ୍ଲା,୨୮/୪- ଦଶପଲ୍ଲା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ଦଶପଲ୍ଲାର ଅଗ୍ରଣୀ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ କୋଭିଡ ଟୀକାକରଣ କରାଯାଇଥିଲା । ଏଥିରେ ମଧ୍ୟଖଣ୍ଡ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ରଶ୍ମିରଞ୍ଜନ ଭଦ୍ରାଙ୍କ ନେତୃତ୍ୱରେ ଆଶିର୍ବାଦ ମାଇକ୍ରୋ ଫାଇନାନ୍ସ କମ୍ପାନୀ ତରଫରୁ ଲୋକମାନଙ୍କୁ ସାନିଟାଇଜର, ମାସ୍କ ଓ ଥଣ୍ଡା ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା । ମହାମାରୀ କୋରନାର ଦ୍ୱିତୀୟ ଲହର୍‌ ଯେପରି ଦିନକୁଦିନ ତାର କାୟା ବିସ୍ତାର କରିଚାଲିଛି ,ଏଥିରୁ ରକ୍ଷା ପାଇବା ପାଇଁ ହେଲେ ନିଜକୁ ନିଜେ ସଚେତନ ରହି ଅନ୍ୟକୁ ସଚେତନ କରିବାକୁ ପଡିବ ବୋଲି ମଧ୍ୟଖଣ୍ଡ ଗୋଷ୍ଠିସ୍ୱାସ୍ଥ୍ୟ ଅଧିକ୍ଷକ ରଶ୍ମିରଞ୍ଜନ ଭଦ୍ରା କହିଥିଲେ । ସାମାଜିକ ଦୂରତା, ବାରମ୍ବାର ସାବୁନରେ ହାତକୁ ଧୋଇବା ,ମାସ୍କ ବ୍ୟବହାର କରିବା ,ଅତି ଆବଶ୍ୟକ କାମ ନ ଥିଲେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ,ଦଶପଲ୍ଲା ବିଏମ ବିଭୁତି ଭୂଷଣ ସ୍ୱାଇଁ କହିଥିଲେ । ଏଥିରେ ଏରିଆ ମ୍ୟାନେଜର ହେମନ୍ତ କୁମାର ପରିଡା,ଦଶପଲ୍ଲା ବିଏମ ବିଭୁତି ଭୂଷଣ ସ୍ୱାଇଁ, ନୟାଗଡ଼ ବିଏମ, ରାଜକିଶୋର ବରାଡ଼, ଦଶପଲ୍ଲା ବ୍ରାଞ୍ଚ ଏଫଡିଓ ଅଞ୍ଜନ କୁମାର ରାଉତ ,ହେମନ୍ତ କୁମାର ପ୍ରଧାନ ,ନବୀନ ବଡଟାୟା ଉପସ୍ଥିତ ରହିଥିଲେ ।

hiranchal ad1
Leave A Reply

Your email address will not be published.

two × 4 =