ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଅଭିଯୋଗ, ଘଟଣାସ୍ଥଳରୁ ଶବ ଉଦ୍ଧାର କରି ପୋଲିସ୍ ଓ ବନବିଭାଗ ତଦନ୍ତ ଆରମ୍ଭ

0 123


ବାଲିଗୁଡ଼ା,୨୫/୨: କନ୍ଧମାଳ ଜିଲା ତୁମୁଡିବନ୍ଧ ବନାଞ୍ଚଳର ସିର୍ଲା ଗ୍ରାମପଂଚାୟତରେ ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସିର୍ଲା ପଂଚାୟତ ଟାଇପଡା ଗ୍ରାମର ଶୁକଲା ପାଟମାଝୀ । ଗତ ତିନି ଦିନ ହେଲା ସିର୍ଲା ଅଂଚଳର ଟାଇପଡା ଅଂଚଳରେ ହାତୀ ଆତଙ୍କ ଦେଖାଦେଇଥିଲା । ତେବେ ଶୁକଲା ପାଟମାଝୀ କୌଣସି କାରଣରୁ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ସହ ସାମ୍ନା ସାମ୍ନି ହୋଇଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ତଳେ ତୁମୁଡିବନ୍ଧ ବନାଞ୍ଚଳର ବେନାରବାହାଲ ,ଲାବାନ୍ୟନଗର ,ମାନପୁର ,ବାଲିପଟାପଦର, ବେତବାଡ଼ି ସରଧାପୁର ଆଦି ଅଞ୍ଚଳକୁ ଦୁଇଟି ଜଙ୍ଗଲୀ ହାତୀ ପଶି ଆସିଥିବାରୁ ଲୋକେ ଭୟଭୀତ ହୋଇଥିଲେ । ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେଇଥିଲେ ହାତୀକୁ ଘଉଡ଼ାଇବା ପାଇଁ । କିନ୍ତୁ ବନବିଭାଗ ହାତୀକୁ ଘଉଡ଼ାଇବା ପାଇଁ ନାକେଦମ୍ ହୋଇଥିଲେ । ଦୁଇ ହାତି ମଧ୍ୟରୁ ଗୋଟେ ବଡ ହାତୀ ଆଉ ଗୋଟେ ଛୋଟ ହାତୀ ରହିଥିବାରୁ ମା ସହ ଛୁଆ ହାତୀ ଆସିଥିବା ଅନୁମାନ କରାଯାଉଥିଲା । ସିର୍ଲା ଅଂଚଳରୁ ବହୁ ଗ୍ରାମବାସୀ ମାନେ ଜଙ୍ଗଳକୁ ଯିବାବେଳେ ମୃତ ଶୁକଲାଙ୍କ ଶବ ଦେଖି ବନବିଭାଗ ଓ ପୋଲିକୁ ଖବର ଦେଇଥିଲେ । ଖବରପାଇ ତୁମୁଡ଼ିବନ୍ଧ ବନାଞ୍ଚଳ ଅଧିକାରୀ ଲଳିତ ମୋହନ ନାୟକ ଓ ଥାନା ଅଧିକାରୀ ବାବାଶଙ୍କର ସରାଫ ଘଟଣାସ୍ଥଳରେ ପହଁଚି ଶବ ଉଧାର କରି ବ୍ୟବଛେଦ ନିମନ୍ତେ ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ହଁ ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

12 − three =