ବୌଦ୍ଧ: ଜିଲ୍ଲାର ପ୍ରମୁଖ ସ୍ଥାନରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ

0 788

ବୌଦ୍ଧ,୨୬/୨ – ସର୍ବ ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଆଜି ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ସମଗ୍ର ବୌଦ୍ଧଜିଲ୍ଲାରେ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରମୁଖ ବଜାରସ୍ଥଳ ଗୁଡିକରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦଥିବା ଦେଖିବାକୁ ମିଳିଛି । ବନ୍ଦକୁ ବୌଦ୍ଧ ବଣିକ ସଂଘ ସମର୍ଥନ କରୁଥିବାରୁ ସମସ୍ତ ସଦସ୍ୟ ସେମାନଙ୍କ ଦୋକାନ ବଜାର ବନ୍ଦ ରଖିଛନ୍ତି । ସଦସ୍ୟ ନଥିବା ଦୋକାନୀମାନେ ମଧ୍ୟ ଦୋକାନ ଖୋଲି ନାହାନ୍ତି । ସେହିପରି ବାଉଁଶୁଣୀ ବଣିକ ସଂଘ ମଧ୍ୟ ଦୋକାନ ବଜାର ବନ୍ଦ ରଖିଛନ୍ତି । ଯେଉଁ କିଛି ଛୋଟ ଛୋଟ ଦୋକାନ ସକାଳୁ ଖୋଲା ଯାଇଥିଲା ସଂଘର ସଭାପତି ନବ କିଶୋର ମେହେର ଓ ସମ୍ପାଦକ ଚନ୍ଦନ ଅଗ୍ରୱାଲ ପିକେଟିଙ୍ଗ କରି ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ସେହିପରି ଜିଲ୍ଲାର ପୁରୁଣାକଟକ ଠାରେ ସଂଘ ସଭାପତି ସମରେନ୍ଦ୍ର ବେହେରା,ସଂପାଦକ ଅଜିତ ଦେହୁରୀ, ଉପଦେଷ୍ଟା କୈଳାଶ ଅଗ୍ରୱାଲ, ସୁରେନ ପ୍ରଧାନ ପିକେଟିଂ କରି ଦୋକାନସବୁ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ । ଚାରିଛକ, ଜହ୍ନାପଙ୍କ, ମନମୁଣ୍ଡା, ପଲସାଗୋରା, କଣ୍ଟାମାଳ ଆଦି ବଜାର ଗୁଡିକର ବଣିକସଂଘମାନେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରଖିଛନ୍ତି । ଦୋକାନ ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିବା ଯୋଗୁଁ ଲୋକଙ୍କ ଯାତାୟାତ ମଧ୍ୟ କମିଯାଇଛି । ଯାତ୍ରୀ ହୋଇନଥିବା ହେତୁ ଅନେକ ଯାତ୍ରୀବାହୀ ବସ୍‌ ଆଜି ରୁଟ ମାନଙ୍କରେ ନଯାଇ ବୌଦ୍ଧ ବସ୍‌ଷ୍ଟାଣ୍ଡରେ ରହି ଯାଇଥିବା ଦେଖିବାକୁ ମିଳିଛି ।

hiring

ଜି.ଏସ.ଟି. ସରଳୀକରଣ, ଇ. କମର୍ସ ଉଚ୍ଛେଦ ଓ ଖାଦ୍ୟ ନିରାପତ୍ତାମାନ ଆଇନ୍‌ରେ ଥିବା କଠୋର ଜୋରିମାନା ବ୍ୟବସ୍ଥା ସଂଶୋଧନ ଦାବିରେ ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଆଜିର ବନ୍ଦ ଡାକରା ଦେଇଛି । ଓଡିଶା ବ୍ୟବସାୟୀ ମହାସଂଘ, ବୌଦ୍ଧ ସମେତ ଜିଲ୍ଲାର ଛୋଟ ଛୋଟ ବାଣିଜ୍ୟ ସ୍ଥଳର ବଣିକ ସଂଘମାନେ ସମର୍ଥନ କରୁଥିବାରୁ ଜିଲ୍ଲାରେ ବନ୍ଦର ପ୍ରଭାବ ସମଗ୍ରଜିଲ୍ଲାରେ ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

17 − 10 =