ମହାନଦୀରେ କୁମ୍ଭୀର ଆତଙ୍କ

0 170

ସୁବର୍ଣ୍ଣପୁର:ମହାନଦୀ ଅବବାହିକାରେ କୁମ୍ଭୀର ଆତଙ୍କ ଦେଖା ଦେଇଥିବା ବେଳେ ସୋନପୁର ମହାନଦୀରେ ମଧ୍ୟ ଆଜି କୁମ୍ଭୀର ଆତଙ୍କ ଦେଖାଦେଇଛି । ସୋନପୁର- ହିକୁଡି ମହାନଦୀ ବ୍ରିଜ ଉପରକୁ ଏକ କୁମ୍ଭୀର ଦଳ ଦେଖି କିଛି ଯୁବକ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଦେଖିବାକୁ ମିଳିଛି । ଏହି ଦଳରେ ପ୍ରାୟ ଚାରିରୁ ପାଞ୍ଚ ଗୋଟି କୁମ୍ଭୀର ଥିବା ଦେଖାଯାଇଛି । ସେହିପରି ମହାନଦୀ ଓ ତେଲନଦୀ ସଙ୍ଗମ ପାଖରେ ଥିବା ମଗରଗାଡ ଅଞ୍ଚଳରେ ମଧ୍ୟ ଦଳଦଳ କୁମ୍ଭୀର ବୁଲୁଥିବା କେହିକେହି ଦେଖି ଥିବା ବେଳେ ସମସ୍ତେ ଭୟଭୀତ ଅବସ୍ଥାରେ ଅଛନ୍ତି ସେପଟେ ବନ ବିଭାଗର କର୍ମଚାରୀମାନେ ନଦୀ କୂଳିଆ ଅଞ୍ଚଳରେ ମାଇକ ଯୋଗେ ନଦୀ ଘାଟକୁ ଗୋଧାଇବା କିମ୍ବା ଶୌଚ ପାଇଁ ଯିବାକୁ ଲୋକଙ୍କୁ ବାରଣ କରୁଛନ୍ତି । ଏଥିପାଇଁ ନଦୀ କୂଳିଆ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

hiring

hiranchal ad1
Leave A Reply

Your email address will not be published.

2 × four =