ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା, ଜଣେ ଗୁରୁତର

0 1,712

ବୌଦ୍ଧ,୧/୧୨- ଗତକାଲି ସନ୍ଧ୍ୟା ପ୍ରାୟ 5 ଘଣ୍ଟା ସମୟରେ ଚାରିଛକ – ଛତ୍ରଙ୍ଗ ରାସ୍ତାର ବାଇଶି ପଡା ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ହେବାରୁ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତ ସୋରିଷ ପଖାଳ ଗ୍ରାମର ସଦାଶିବ ବାରିକ (32) କୌଣସି କାର୍ଯ୍ୟରେ ପେସନ ପ୍ରୋ ବାଇକ ଓଡ଼ି 12 ସି 7872 ଯୋଗେ ହରଭଙ୍ଗା ଯାଉଥିବା ବେଳେ ଚାରିଛକ – ଛତ୍ରଙ୍ଗ ରାସ୍ତାର ବାଇଶି ପଡା ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ସିମେଣ୍ଟ ପିଲରରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ | ଖବର୍ ପାଇ ହରଭଙ୍ଗା ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଂଚି ଆହତ ବାଇକ ଆରୋହୀଙ୍କୁ ଉଦ୍ଧାର କରି ପୁରୁଣାକଟକ ଡାକ୍ତରଖାନାକୁ ଆଣିଥିଲା l ତାଂକର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି l

hiranchal ad1
Leave A Reply

Your email address will not be published.

9 + five =