ନାଗସାପ ଉଦ୍ଧାର

0 62

ପୁରୀ : ଚକ୍ରତୀର୍ଥ ରୋଡ ନୂଆସାହି କ୍ଲବ ପରିସରରୁ ଏକ ନାଗସାପ ଉଦ୍ଧାର କରାଯାଇଛି । ୫ ଫୁଟର ନାଗସାପକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନର ସଂଗ୍ରାମ । ସୂଚନାରୁ ପ୍ରକାଶ ଯେ ଆଜି ଅପରାହ୍ନ ସମୟରେ ଚକ୍ରତୀର୍ଥ ନୂଆସାହିର ଯୁବକମାନେ କ୍ଲବ ପରିସରରେ ସଫା କରୁଥିବାବେଳେ ନାଗ ସାପକୁ ଦେଖିଥିଲେ, ଏ ନେଇ ତୁରନ୍ତ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ଘଟଣା ସ୍ଥଳୀରେ ପହଞ୍ଚି ନାଗ ସାପକୁ ଉଦ୍ଧାର କରିଥିଲେ ।

hiranchal ad1
Leave A Reply

Your email address will not be published.

sixteen + nineteen =