ବୌଦ୍ଧ : ଆଜି ପୁଣି 5 ଜଣକରୋନା ଆକ୍ରାନ୍ତ ଚିନ୍ହଟ

0 830

hiring

ବୌଦ୍ଧ,୨୯/୧୨- ଆଜି ପୁଣି ଜିଲ୍ଲାରେ 5 ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି l ଆଜିର 5 ଜଣ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ୍ 2772 ଜଣ କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ସୂଚନା ଦେଇଛନ୍ତି l ସେମାନଙ୍କ ମଧ୍ୟରୁ 2751 ଜଣ ସୁସ୍ଥ ହୋଇ ସାରିଛନ୍ତି ଓ 11 ଜଣ ଆକ୍ରାନ୍ତ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି | ସେହିପରି 10 ଜଣ ଆକ୍ରାନ୍ତ ଚିକିତ୍ସାଧିନ ରହିଛନ୍ତି ଓ 23 ଆକ୍ରାନ୍ତ ସୁସ୍ଥ ହୋଇ ସାରିବା ପରେ ପ୍ଲାଜମା ଦାନ କରିଛନ୍ତି ବୋଲି ଶ୍ରୀ ଧରୁଆ ସୂଚନା ଦେଇଛନ୍ତି l
ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ 5 ଜଣ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି ତାଙ୍କର ନମୁନା ବୌଦ୍ଧ ଜିଲ୍ଲାରୁ ସଂଗ୍ରହ କରାଯାଇନାହିଁ l ସେମାନେ ବାହାରେ ପରୀକ୍ଷା କରାଇ ପଜିଟିଭ ଚିନ୍ହଟ ହୋଇ ଥାଇ ପାରନ୍ତି ବୋଲି ଡାକ୍ତର ପ୍ରଧାନ ପ୍ରକାଶ କରିଛନ୍ତି |

hiranchal ad1
Leave A Reply

Your email address will not be published.

4 × one =