ମୁଖ୍ୟମନ୍ତ୍ରୀଙ୍କ ନାମରେ ଥାନାରେ ଅଭିଯୋଗକଲେ ବିଜେପି କର୍ମୀ

0 1,182

ବୌଦ୍ଧ/ବାଉଁଶୁଣୀ,୨୯/୧୨ – ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ୍‌ ଓ ଚଞ୍ଚକତା କରି ହିତାଧୀକାରୀଙ୍କ ପରିବାରକୁ ମିଛ କଥା କହି ନବୀନ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ଘରେ ରାଜ୍ୟ ସରକାରଙ୍କ ନିର୍ମିତ ପୋଷ୍ଟର ଲଗାଇବା ସମ୍ପୂର୍ଣ୍ଣ ବେଆଇନ, ଠକାମୀ,ପ୍ରବଞ୍ଚନା, ପ୍ରତାରଣା ଓ ବିଭ୍ରାନ୍ତମୁଳକ କାର୍ଯ୍ୟ ,ଏହା (ଆଇପିସି)ର ୪୨୦ ଧାରା ଅନୁଯାୟୀ ଠକେଇ ଓ ଦଣ୍ଡନୀୟ ଅପରାଧ ବୋଲି ଦାବୀ କରି ଆଜି ବିଧିବଦ୍ଧ ଭାବେ ବୌଦ୍ଧ ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନାରେ ନବୀନ ପଟ୍ଟନାୟକଙ୍କ ନାଁରେ ଲିଖିତ ଭାବେ ଏତଲା ଦେଇଛି ବିଜେପି । ଉକ୍ତ ଏତଲା ବାଉଁଶୁଣି ଥାନା ଅଧିକାରୀ ସୁବାଷ ରାୟଗୁରୁଙ୍କୁ ଦେଇଥିଲେ । ଏଥିରେ ବୌଦ୍ଧ ବିଜେପି ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ ବାଘ, ବାଉଁଶୁଣି ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା, ଯୁବ ବିଜେପି ନେତା ଦାମୋଦର ମିଶ୍ର, ଯୀଶୁ ପଧାନ, ଶରତ ମେହେର, ଏକଲବ୍ୟ ମହାକୁଳ ,ଅଜିତ ମହାକୁଳ , କୃଷ୍ଣଚନ୍ଦ୍ର ନାୟକ, ରବି ଖମାରୀ, ତ୍ରିବିକ୍ରମ ମହାକୁଳ, ପୂର୍ଣ୍ଣ ମେହେର, ମୋହନ ପାତ୍ର ପ୍ରମୁଖ ବହୁ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ । ଆଗାମୀ ଦିନରେ ଯଦି ଏହାର ସମାଧାନ ନ ହେଉଛି ତା ହେଲେ ଆନ୍ଦୋଳନ ଆହୁରି ଜୋରଦାର୍‌ କରାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

two × three =