କିଶାନ କଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା

0 541

ବୌଦ୍ଧ,୨୯/୧୨- ଆଜି ବୌଦ୍ଧ ଜିଲ୍ଲା କିଶାନ କଂଗ୍ରେସ ତରଫରୁ କେନ୍ଦ୍ର ସରକାରଙ୍କ ତିନିଗୋଟି କୃଷକ ବିରୋଧି କଳା ଆଇନକୁ ପ୍ରତ୍ୟାହାର ଓ ଆନ୍ଦୋଳନରତ ଚାଷୀଙ୍କୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ଜିଲ୍ଲା କିଶାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ କିଶାନ କଂଗ୍ରେସର ସଭାପତି ଅମୀୟ କୁମାର୍‌ ପଟ୍ଟନାୟକଙ୍କ ସମେତ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଯୋଗ ଦେଇଥିଲ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କିଶାନ କଂଗ୍ରେସର ସାଧାରଣ ସମ୍ପାଦକ ବୁଦ୍ଧଦେବ ପ୍ରଧାନ, କଣ୍ଟାମ।।ଳ ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ପ୍ରଶାନ୍ତ ସାହୁ, ବରିଷ୍ଠ କଂଗ୍ରେସ ନେତା କେଶବ କ୍ଷେତି, ସମରେଶ ମିଶ୍ର, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ପ୍ରଦୀପ ଦାସଙ୍କ ସମେତ କିଶାନ କଂଗ୍ରେସର ସମସ୍ତ ବ୍ଲକର ସଭାପତି ଓ କର୍ମକର୍ତ୍ତା, ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ବୃନ୍ଦ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

five × one =