ନ୍ୟୁ ଓଡିଶାର ଭର୍‌ଚ୍ୟୁଆଲ୍‌ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

0 409

ବୌଦ୍ଧ,୨୯/୧୨: ଆଜି ବୌଦ୍ଧ ଜଗନ୍ନାଥ ମନ୍ଦିର ସଭାଗୃହରେ ନ୍ୟୁ ଓଡିଶା ପକ୍ଷରୁ ଦ୍ୱିତୀୟ ବାର୍ଷିକ ବୌଦ୍ଧ ସ୍ୱାଭିମାନ ସମ୍ମାନ-୨୦୨୦ ଅନୁଷ୍ଠିତ ହୋଇଯାଇଛି । ନ୍ୟୁ ଓଡିଶାର ସଂପାଦକ ରଂଜନ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍‌ଚ୍ୟୁଆଲ ସଭାରେ ମୁଖ୍ୟଅତିଥି ଭାବରେ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ରାଜ୍ୟ ଉପ-ସଭାପତି ଆଶୁତୋଷ ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ପ୍ରେସ୍‌ କ୍ଲବର ସଂପାଦକ ରଘୁନାଥ ଷଢଙ୍ଗୀ ଓ ସାମ୍ବାଦିକ ଦୁର୍ଯ୍ୟୋଧନ ବିଶି ଯୋଗଦେଇ ଥିଲେ । ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କୁ ନ୍ୟୁ ଓଡିଶା ପକ୍ଷରୁ “ବୌଦ୍ଧ ସ୍ୱାଭିମାନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଚଳିତବର୍ଷ ବିଶ୍ୱସ୍ତରରେ ଦୁଇ ପ୍ରତିଶତ ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇ ଜିଲ୍ଲାର ଗାରିମା ବୃଦ୍ଧି କରିଥିବା ଖଟଖଟିଆ ଗ୍ରାମର ପ୍ରଫେସର ଡ.କରୁଣାକର ନନ୍ଦ, କରୋନା ଭଳି ସଙ୍କଟ ସମୟରେ ଲୋକଙ୍କୁ ସେବା ଯୋଗାଇଥିବା ବୁଟୁପାଲିର ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସଂଗଠନ ଓ ସମାଜ ସଂସ୍କାରକୁ ନେଇ କ୍ଷୁଦ୍ରଚଳଚ୍ଚ଼ିତ୍ର ନିର୍ମାଣ ସହ ଅଭିନୟ ଓ ନିର୍ଦ୍ଦେଶନା ଦେଇ ନିଜର ପରିଚୟ ଓ ଜିଲ୍ଲାର ସ୍ୱାଭିମାନ ବୃଦ୍ଧି କରୁଥିବା କଳାକାର ସଂଜୟ ବାରିକଙ୍କୁ “ବୌଦ୍ଧ ସ୍ୱାଭିମାନ ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଥିଲା । ସେହିପରି କଣ୍ଟାମାଳ ଅଞ୍ଚଳର ୨ କଳାକାର ବେଦବ୍ୟାସ ମଲ୍ଲିକ ଓ ନାଟ୍ୟଗୁରୁ ନିରଞ୍ଜନ ଖଟୁଆଙ୍କୁ ମଧ୍ୟ ସମ୍ମାନିତ କରିବାପାଇଁ ନା ଘୋଷଣା କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

twelve − seven =