ବାଉଁଶୁଣୀ ଓ ଡମ୍ବରଗାଡ଼ ମହାନଦୀ ଘାଟରୁ ବ୍ୟାପକ ବାଲି ଚୋରା ଚାଲାଣ ଅଭିଯୋଗ

0 984

hiring

ବୌଦ୍ଧ,୩୦/୧୨ – ବୌଦ୍ଧ ତହସିଲ ବାଉଁଶୁଣୀ ରାଜସ୍ୱ ସର୍କଲ ଅନ୍ତର୍ଗତ ମହାନଦୀର ବାଉଁଶୁଣୀ ଓ ଡମ୍ବରଗାଡ଼ ଘାଟରୁ ପ୍ରତିଦିନ ଟ୍ରାକ୍ଟର ଯୋଗେ ଶହ ଶହ ଟ୍ରିପ ବାଲି ପ୍ରତିଦିନ ଉତ୍ତୋଳନ ହେଉଥିବା ଅଭିଯୋଗ ହୁଏ | ସରକାରୀ କାଗଜ ପତ୍ରରେ ଉଭୟ ବାଲିଘାଟ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ କରା ଯାଇଥିବାରୁ ବୌଦ୍ଧ ତହସିଲ କର୍ତ୍ତୃପକ୍ଷ ଟେଣ୍ଡର ଡାକି ପାରୁ ନଥିବା ସୁଚନା ମିଳିଛି l ସେହିଭଳି କେବଳ ନଦୀ ଶଯ୍ୟା ବୀରମହାରାଜପୁର ତହସିଲ ଅନ୍ତର୍ଗତ ହୋଇଥିବା ବେଳେ ନଦୀକୁଳ ବୌଦ୍ଧ ତହସିଲ୍ ଅନ୍ତର୍ଗତ ହୋଇଥିବାରୁ ଏଭଳି ଦ୍ୱନ୍ଦରେ ବୀରମହାରାଜପୁର ତହସିଲ ମଧ୍ୟ କୌଣସି ପଦକ୍ଷେପ ନେବାକୁ ଇଚ୍ଛା ପ୍ରକାଶ କରୁନଥିବା ଜଣା ପଡିଛି l ଫଳରେ ଅନାୟାସରେ ଗତ 2 ମାସରୁ ଉର୍ଦ୍ଧ୍ବ ସମୟ ଧରି ଶହ ଶହ ଟ୍ରିପ ବାଲି ବିନା ରୟାଲଟିରେ ପରିବହନ ହୋଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ହୋଇ ଚାଲିଛି | ଏ ସମ୍ପର୍କରେ ବୌଦ୍ଧ ତହସିଲଦାର୍ ସନତ କୁମାର୍ ନାଏକ କହିଥିଲେ ଖୁବ୍ ଶୀଘ୍ର ଏନଫୋର୍ସମେଣ୍ଟ କରାଯିବ ଓ ରାଜସ୍ୱ ଆଦାୟ ପାଇଁ ବ୍ୟବସ୍ଥା କରାଯିବ |

hiranchal ad1
Leave A Reply

Your email address will not be published.

8 − eight =