ଶ୍ରୀରାମ ମନ୍ଦିରର ଅଧିଷ୍ଠାତା ବାବା ଭାରତୀଙ୍କ ଜନ୍ମବାର୍ଷିକୀ ପାଳିତ

0 149


କଣ୍ଟାବାଞ୍ଜି ,୩୦/୧୨-କଣ୍ଟାବାଞ୍ଜି ଶ୍ରୀରାମ ମନ୍ଦିର ପରିସର ମଧ୍ୟରେ ବାବା ଭାରତୀଙ୍କ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଛି । ମନ୍ଦିର ର ଅଧିଷ୍ଠାତା ବାବା ଭାରତୀଙ୍କ ଜନ୍ମ ଦିବସ ଉପଲକ୍ଷେ ପରିସରକୁ ସ୍ୱଚ୍ଛ କରି ବାବାଙ୍କର ପ୍ରତିମାରେ ଫୁଲମାଳା, ଧୂପ ଦେଇ ସଂସାରର ମଙ୍ଗଳ କାମନା ପାଇଁ ପାଇଁ ପ୍ରାର୍ଥନା କରାଗଲା । ବାବାଙ୍କ ପ୍ରିୟ ରହିଥିବା ପୁଡ଼ି ଓ ଚଣା ଶାଗ ପ୍ରସାଦ ରୂପେ ବଣ୍ଟନ କରାଗଲା । ବାବାଙ୍କ ଏହି ଧରୋହରକୁ ସ୍ବର୍ଗୀୟ ବାବା ରାମସ୍ୱରୂପ ପାଠକ ପରେ ଆଜି ତୃତୀୟ ପିଢ଼ି ଭଗବାନ ଘରେ ସେବା ଦେଇ ଆସୁଛନ୍ତି ବୋଲି କହିଛନ୍ତି ପୂଜାରୀ ଜିତେନ୍ଦ୍ର ପାଠକ । ଏଥିରେ ପ୍ରଦୀପ ପାଠକ ସହ ଶୁଭମ ପଣ୍ଡିତ, ମାତା ମୀନା ଦେବୀ, ବିଜୟ ଶର୍ମା,ସଞ୍ଜନା ବାଗ, ହୀରାଧର ବାଗ, ନରେନ୍ଦ୍ର ଶୁକ୍ଲା, ରେଖା ପାଣ୍ଡେ, ଦିବାକର ଶର୍ମା ପ୍ରମୁଖ ଭକ୍ତମାନେ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

9 − two =