ବାଉଁଶୁଣୀ ଛକ ଅଞ୍ଚଳରୁ ବାରମ୍ବାର ଚୋରୀ

0 1,109

ବୌଦ୍ଧ/ବାଉଁଶୁଣୀ,୩୦/୧୨- ବୌଦ୍ଧ ବ୍ଲକ୍ ବାଉଁଶୁଣୀ ଛକ ଜିଲ୍ଲାର ଏକ ବ୍ୟବସାୟୀକ ପେଣ୍ଠସ୍ଥଳୀ l ଗତ କିଛି ମାସ ହେଲା ବାଉଁଶୁଣୀ ଥାନା ପୋଲିସର ରାତ୍ରୀକାଳୀନ ପେଟ୍ରୋଲିଙ୍ଗ ବ୍ୟବସ୍ଥା ଥିବା କୁହାଯାଉଥିଲେ ମଧ୍ୟ ବାଉଁଶୁଣୀ ଛକ ଅଞ୍ଚଳରୁ ନିୟମିତ ବ୍ୟବଧାନରେ ଚୋରୀ ହେଉଥିବା ଦେଖିବାକୁ ମିଳୁଛି l ଫଳରେ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀ ମାନେ ପୋଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକଟ କରୁଛନ୍ତି l ଜଗନ୍ନାଥ ମନ୍ଦିର ଦାନ ବାକ୍ସ ଚୋରୀ, ମୋବାଇଲ ଦୋକାନରୁ ଚୋରୀ ଆଦି ପରେ ଗତ ରାତିରେ ବାଉଁଶୁଣୀ ଛକ ଷ୍ଟେଟ୍ ବ୍ୟାଙ୍କ ଆଗର ଗୋଟିଏ ଚା ପାନ ଦୋକାନରୁ ଓ ଜଗନ୍ନାଥ ମନ୍ଦିର ସମ୍ମୁଖ ଫଳ ଦୋକାନରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି | ପୋଲିସ୍ ପେଟ୍ରୋଲିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରାଯିବାକୁ ସ୍ଥାନୀୟ ଜନସାଧାରଣ ଓ ବ୍ୟବସାୟୀମାନେ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

nineteen + ten =