ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଗାଆଁ ନିକଟ ବିଲରୁ ଉଦ୍ଧାର

0 1,884

ବୌଦ୍ଧ,୩୦/୧୨- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଞ୍ଚାୟତ ସାନ ବଙ୍କାପଡା ଗ୍ରାମର ଜଣେ ବ୍ୟକ୍ତି ଦୁଇ ଦିନ ତଳେ ସକାଳେ ଶୌଚ କର୍ମ ପାଇଁ ମହାନଦୀକୁ ଯାଇ ଆଉ ଘରକୁ ଫେରି ନଥିବା ବେଳେ ଆଜି ତାଙ୍କ ମୃତ ଦେହ ଗାଆଁ ନିକଟ ବିଲ ମଧ୍ୟରୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ଅନୁଯାୟୀ ସାନ ବଙ୍କାପଡା ଗ୍ରାମର ସୁରେଶ କର୍ଣ୍ଣ (57) ସୋମବାର ସକାଳ 5 ଘଣ୍ଟା ସମୟରେ ଘରୁ ବାହାରି ଶୌଚ ପାଇଁ ଯାଇଥିଲେ l ସେ ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜା ଖୋଜି କରିଥିଲେ ହେଲେ ତାଂକର କୌଣସି ପତ୍ତା ମିଳିନଥିଲା l ସୁରେଶ ଜଣେ ଶ୍ରମଜୀବୀ ବ୍ୟକ୍ତି ଅଟନ୍ତି l ତାଂକର ହାତ ଭାଙ୍ଗି ଯାଇଥିବାରୁ ଗତ ଦୁଇ ମାସ ଧରି କାମଧନ୍ଦା କରି ନପାରି ଘରେ ବସି ରହିଥିଲେ l ଅଭାବ ଅସୁବିଧା ମଧ୍ୟରେ ପରିବାର ଚଳୁ ଥିବାରୁ ସେ ମନସ୍ତାପ ମଧ୍ୟରେ ରହିଥିବା ନିକଟ ସମ୍ପର୍କୀୟ ମାନଂକ ସୂତ୍ରରୁ ପ୍ରକାଶ l ପରିବାର ଲୋକ ବନ୍ଧୁ ବାନ୍ଧବ ଘରେ ଖୋଜା ଖୋଜି କରୁଥିଲେ | ଆଜି ସକାଳୁ ତାଂକର ମୃତ ଦେହ ବିଲ ମଧ୍ୟରେ ପଡିଥିବା ଦେଖିବାକୁ ପାଇବା ପରେ ବୌଦ୍ଧ ପୋଲିସ୍ କୁ ସୁଚନା ଦିଆଯାଇଥିଲା | ପୋଲିସ୍ ମୃତ ଦେହକୁ ଜବତ୍ କରବା ପରେ ବ୍ୟବଚ୍ଛେଦ ପାଇଁ ବୌଦ୍ଧ ଡାକ୍ତରଖାନା ପଠାଇଛି l ପାରିପାର୍ଶ୍ବିକ ଅବସ୍ଥାରୁ ସେ ଆତ୍ମ ହତ୍ୟା କରିଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ୍ ତଦନ୍ତ ପରେ ସତ୍ୟା ସତ୍ୟ ଜଣାପଡ଼ିବ l

hiranchal ad1
Leave A Reply

Your email address will not be published.

seventeen − one =