ଦୁଇ ବାଇକ ମଧ୍ୟରେ ଧକ୍କା, 5 ଆହତ

0 960


ବୌଦ୍ଧ,୨୬/୩ : ଆଜି ସଂନ୍ଧ୍ୟାରେ ହରଭଙ୍ଗା ଆମ୍ବେଦକର ଖେଳପଡିଆ ନିକଟରେ ବାଇକ ସହିତ ବାଇକ ଧକ୍କାରେ ୫ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଆହତ ମାନଙ୍କ ମଧ୍ୟରେ ସୁଧିର କୁମାର ଦେହୁରୀ(୩୦),ବାସୁମତି ଦେହୁରୀ(୪୦) ଚିନ୍ମୟ ଦେହୁରୀ(୦୯),ଶୁଭଶ୍ମିତା ଦେହୁରୀ(୦୬) ଏବଂ ଆଶିଷ ନାଏକ (୨୨) ବୋଲି ଜଣା ପଡିଛି l ସୂଚନା ଅନୁସାରେ ହରଭଙ୍ଗା ପଟୁ ଏକ ବାଇକ ଯୋଗେ ସୁଧିର,ବାସୁମତି ଏବଂ ତାଙ୍କ ପୁଅ ଚିନ୍ମୟ ଝିଅ ଶୁଭଶ୍ମିତା ସହିତ ଭାଲିଆଗୁଡା ଗ୍ରାମକୁ ଏକ ବାହାଘର ଭୋଜି ଖାଇବାକୁ ଯାଉଥିଲେ।ଏହି ସମୟରେ ବିପରୀତ ଦିଗରୁ ଛତ୍ରଙ୍ଗ ପଟୁ ଆସୁଥିବା ଅନ୍ୟ ଏକ ବାଇକ ସହିତ ଆମ୍ବେଦକର ଖେଳ ପଡିଆ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସେମାନେ ଆହତ ହୋଇଥିଲେ ଓ ସମସ୍ତ ଆହତଙ୍କୁ ହରଭଙ୍ଗା ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା l ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଆହତ ମାନଙ୍କୁ ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି। ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳାଇଛି।

hiranchal ad1
Leave A Reply

Your email address will not be published.

7 + fifteen =