ଗଞ୍ଜେଇ ମହଜୁଦ ଥିବା କୁଡ଼ିଆରେ ପୋଲିସ୍ ପକ୍ଷରୁ ଚଢ଼ାଉ ୪୫୦କେଜି ୮୦୦ଗ୍ରାମ୍ ଗଞ୍ଜେଇ ଜବତ,ଦୁଇ ମାଫିଆ ଗିରଫ

0 213


ବାଲିଗୁଡ଼ା,୨୭/୩: ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ଗଞ୍ଜେଇ ଚୋରାଚାଲାଣ ପାଇଁ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ସ୍ଥାନରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ । ଘଟଣାରେ ସମ୍ପୃକ୍ତ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ସବ୍ ଇନ୍ସପେକ୍ଟର ରବିନ୍ଦ୍ର ମୁଣ୍ଡାରୀ ନିଜ ଟିମ୍ ସହ ପେଟ୍ରୋଲିଂ କରୁଥିବା ବେଳେ ପଦ୍ମାପଦର ଝୁଲା ପୋଲ ନିକଟରେ ଏକ କୁଡ଼ିଆ ଘରେ ବିପୁଳ ପରିମାଣର ଗଞ୍ଜେଇ ଗଛିତ ଥିବା ବିଶେଷ ସୂତ୍ରରୁ ଖବର ପାଇଥିଲେ । ଖବର ମୁତାବକ ଅଚାନକ ଗଞ୍ଜେଇ ଗଛିତ ଥିବା କୁଡ଼ିଆ ଘରେ ଚଢ଼ାଉ କରିଥିଲା ପୋଲିସ୍ । ଘଟଣାସ୍ଥଳରୁ ୪୫୦କେଜି ୮୦୦ଗ୍ରାମ୍ ଗଞ୍ଜେଇ ଜବତ କରିବାସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଏଥିସହିତ ଫେରାର ଥିବା ଅନ୍ୟ ଗଞ୍ଜେଇ ମାଫିଆକୁ ଧରିବା ପାଇଁ ପ୍ରୟାସ ଜାରି ରହିଥିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୨ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଦୁଇଜଣ ବାଲିଗୁଡ଼ା ଥାନା ବକାରିମୁଣ୍ଡା ଗ୍ରାମର ପରାସ ମଲ୍ଲିକ ଓ ପଦ୍ମଚରଣ ମଲ୍ଲିକ ହୋଇଥିବା ଜଣାପଡ଼ିଛି ।

hiranchal ad1
Leave A Reply

Your email address will not be published.

8 + 10 =