ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଉଦଘାଟିତ

0 153

ବୌଦ୍ଧ,୨୭/୩ – ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଗୌର ମୋହନ ମିଶ୍ର ଓ ବରିଷ୍ଠ ସାହିତ୍ୟିକ ବନମାଳୀ ପାଣିଗ୍ରାହୀ , ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ନାଗରିକ କମିଟି ଆବାହକ ବିଶେଶ୍ୱର ପୃଷ୍ଟି ଯୋଗ ଦେଇଥିଲେ । ପ୍ରାରମ୍ଭରେ ପୁରୁଣାକଟକର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଫୋଟ ଚିତ୍ର ନିକଟରେ ଅତିଥିଗଣ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉଦଘାଟନୀ ଅବସରରେ ଆୟୋଜକ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଂକର ରାଉତ, ସଂପାଦକ ଯୁଗଳ କିଶୋର ସାମଲ, ସଦସ୍ୟ ବାସୁଦେବ ସାହୁ, ଦେବାନନ୍ଦ ସାହୁ, ସତ୍ୟଜିତ କୁମାର୍‌ ପଣ୍ଡା, ଦିବ୍ୟ ରଂଜନ ପଟ୍ଟନାୟକ, ସଦସ୍ୟା ସୁଶ୍ରୀ ସୁଜାତା ସାହୁ, ସଂଜୀବ ମହାକୁଡ, ସତ୍ୟ ନାରାୟଣ ପାଣି ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ ।

hiring

ବୌଦ୍ଧ ଜିଲ୍ଲାର କବି ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ତରଫରୁ ପ୍ରକାଶିତ ପତ୍ର ପତ୍ରିକା ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ଅତିଥିଗଣ ବୁଲି ଦେଖିଥିଲେ । ଏହି ଅବସରରେ ବୌଦ୍ଧ ସହରର ବହୁସଂଖ୍ୟାରେ ବୁଦ୍ଧିଜୀବି, କବି, ଲେଖକ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

fourteen − 8 =