ହୀରାଞ୍ଚଳର ପ୍ରଭାବ, ଚିକିତ୍ସା ପାଇଁ ସହାୟତାର ହାତ ବଢାଇଲା ପ୍ରଶାସନ

0 754

ବୌଦ୍ଧ,୩୦/୧୧ – ଗତ ତା 22. 11. 2020 ରିଖ ହୀରାଞ୍ଚଳରେ ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତର ରୁଗୁଡାପଡା ଗ୍ରାମର ଶୀତଳ ସୁନା(୧୭) ଆଜକୁ ୧୦ ବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତହୋଇ ଶଯ୍ୟାଶାୟୀ ଅବସ୍ଥାରେ ଖଟିଆରେ ପଡି ରହିଥିବା ସମ୍ପର୍କରେ ଖବର୍ ପ୍ରକାଶ ପାଇଥିଲା । ଖବରର ପ୍ରଭାବରେ ଗତକାଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ ଡାକ୍ତରୀ ଟିମ ସହ ରୁଗୁଡାପଡା ପିଡ଼ିତଙ୍କ ଘରକୁ ଯାଇଥିଲେ l ତାଙ୍କ ଚିକିତ୍ସା ପାଇଁ କଟକ ସ୍ଥିତ ଶ୍ରୀ ରାମ ଚଂଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ଡାକ୍ତରଖାନାକୁ ପଠା ଯିବାର ବ୍ୟବସ୍ଥା କରାଯିବ ବୋଲି ଡାକ୍ତର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି l ଜିଲ୍ଲା ରେଡକ୍ରସ ପାଣ୍ଠିରୁ ପୀଡିତଙ୍କ ମାଆଙ୍କୁ 10 ହଜାର ଟଙ୍କାର ସହାୟତା ପ୍ରଦାନ କରିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶୀତଳଙ୍କ ବାପା ଜୀବର୍ଦ୍ଧନ ସୁନା ମଧ୍ୟ କିଛି ଦିନ ହେବ ଦୁର୍ଘଟଣାରେ ତାଙ୍କର ଗୋଡ଼ ଆଘାତ ଲାଗିଥିଲା ଏବେ ସେ ଚାଲିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି । ପରିବାର ଚଳାଇବା ପାଇଁ ଶୀତଳର ମା ମୂଲ ଲାଗି ଯାହା ମିଳେ ସେଥିରୁ ଔଷଧ ଖର୍ଚ୍ଚ ଓ ପରିବାର ଚଳେ । ଶୀତଲକୁ ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ବୁର୍ଲା ନେଇ ଖର୍ଚ୍ଚାନ୍ତ ହେବା ପରେ ମଧ୍ୟ ଭଲ ନହେବା ଫଳରେ ସେ ଏବେ ଶଯ୍ୟାଶାୟୀ ଅବସ୍ଥାରେ ପଡିରହିଛନ୍ତି । ମାଁ ଯେତିକି ରୋଜଗାର କରୁଛନ୍ତି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ପ୍ରଶାସନ ସହାୟତାର ହାତ ବଢାଇଲା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କୁ ଜନସାଧାରଣରେ ପ୍ରଶଂସା କରାଯାଉଛି l

hiranchal ad1
Leave A Reply

Your email address will not be published.

five + 14 =