ପରୀ ହତ୍ୟାକାଣ୍ଡ ଘଟଣା…. ଭାଜପା ମହିଳା ମୋର୍ଚ୍ଚା ତରଫରୁ ଦାରିଙ୍ଗବାଡ଼ିରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ

0 64


ଦାରିଙ୍ଗବାଡି, ୨୯/୧୧: ବହୁଚର୍ଚ୍ଚିତ ନୟାଗଡ଼ ଯଦୁପର ନାବାଳିକା ପରୀ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିବା ଦାବିରେ ରବିବାର ସନ୍ଧ୍ୟାରେ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ ଦାରିଙ୍ଗବାଡ଼ି ଠାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଅଛି ।ଦାରିଙ୍ଗବାଡ଼ି ଚାରିଛକ ଭାଜପା ମହିଳା ମୋର୍ଚ୍ଚା ତରଫରୁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହିତ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରା ଯାଇଥିଲା l ଏହି ଅବସରରେ ନୟାଗଡ଼ ଜିଲ୍ଲା ଯଦୁପର ଗ୍ରାମର ୫ବର୍ଷର ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା କୃଷି ମନ୍ତ୍ରୀ ଙ୍କ ବହିଷ୍କାର ଦାବି ଏବଂ ପରୀକୁ ଉପଯୁକ୍ତ ନ୍ୟାୟ ଦାବି ରେ ମହିଳା ମୋର୍ଚ୍ଚା ତରଫରୁ କୁଶ ପୁତ୍ତଳିକା ଦାହ କରିଥିବା ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚନା ପ୍ରଧାନ ପ୍ରକାଶ କରିଥିଲେ l ଯଦି ପରୀ କୁ ନ୍ୟାୟ ମିଳିବାରେ ବିଳମ୍ବ ହୁଏ ତେବେ ଆନ୍ଦୋଳନ ଆହୁରି ତେଜିବ ବୋଲି ବ୍ଲକ ମଣ୍ଡଳ ସଭାନେତ୍ରୀ ସୋନାଲି ପ୍ରଧାନ ଚେତାବନୀ ଦେଇଛନ୍ତି l ଏହି ଘଟଣାର ତଦନ୍ତ ଭାର ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେଇଥିବା ବେଳେ ଭାଜପା ଏହି ତଦନ୍ତକୁ ସରକାର ରାଜ୍ୟବାସୀଙ୍କୁ ଲଲିପପ ଧରାଇବାକୁ ଚେଷ୍ଠା କରୁଥିବା ରାଜ୍ୟବାସୀ ଭଲ ଭାବେ ଜାଣିଛନ୍ତି ବୋଲି ମହିଳା ମୋର୍ଚ୍ଚା ର ସଦସ୍ୟା ମାନେ କହିଛନ୍ତି । କ୍ରାଇମବ୍ରାଞ୍ଚ ର ତଦନ୍ତ ସଦା ସର୍ବଦା ମନ୍ତ୍ରୀ ତଥା ସରକାରୀ ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚାହେଁ ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ତଦନ୍ତ ଦାବି ସହିତ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିକରିଛି ଭାଜପା ମହିଳା ମୋର୍ଚ୍ଚା l ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ ପୂର୍ବତନ ବ୍ଲକ ସଭାପତି ଅରୁଣ ପ୍ରଧାନ, ପୁଷ୍ପାଞ୍ଜଳି ପରିଛା, ରତ୍ନମାଳା ସଭାସୁନ୍ଦର, ଅଞ୍ଜନା ସଭାସୁନ୍ଦର, ଜିଲ୍ଲାଯୁବମୋର୍ଚା ଉପସଭାପତି ହରେନ କୁମାର ସାହୁ,ପ୍ରଭାକର ସାହୁ, ଇନ୍ଦ୍ରମଣି ପ୍ରଧାନ, ମହେଶ୍ୱର ସାହୁ ମୀନ କେତନ ସାହୁ,ଗୁମାନସିଂ ପ୍ରଧାନ ଝୁଲୁ ବିଷୋୟୀ ଭିୟୁତମ ସଭାସୁନ୍ଦର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

6 + three =