ଘଣ୍ଟାପଡା ଧାନମଣ୍ଡି ଖୋଲିଲା, ପ୍ରଥମ ଦିନରେ ବିକିଲେ ୧୭ ଚାଷୀ

0 602

ବୌଦ୍ଧ,୨୯/୧୧ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ସମବାୟ ସମିତିର ଧାନ ମଣ୍ଡି ଖୋଲା ଯାଇଥିବା ବେଳେ ପ୍ରଥମ ଦିନରେ ଟୋକନ ପାଇଥିବା ୧୭ ଜଣ ଚାଷୀଙ୍କ ଠାରୁ ୪୨୦. ୮୮ କ୍ୱିଣ୍ଟାଲ ଧାନ କ୍ରୟ ଅନ୍ନପୂର୍ଣ୍ଣା ରାଇସ ମିଲ କ୍ରୟ କରିଥିବା ଜଣାପଡିଛି । ଖରିଫ ଧାନମଣ୍ଡିକୁ ଘଣ୍ଟାପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଜିତେନ୍ଦ୍ର କୁମାର୍‌ ଦେହୁରୀ ନଡିଆ ବାଡେଇ ଉଦଘାଟନ କରିଥିଲେ । ଏହି ଅବସରରେ ସମ୍ପାଦକ କର୍ଣ୍ଣ ରଣାଙ୍କ ସମେତ ପୂର୍ବତନ ସଭାପତି ସୂର୍ଯ୍ୟ ନାରୟଣ ଦେହୁରୀ, ଉଚ୍ଛେଇ ବାରିକ, ଅନ୍ନପୂର୍ଣ୍ଣା ରାଇସ ମିଲର ମାଲିକ କରୁଣାକର ସାହୁ, ଚାଷୀ ମାଧବ ଚରଣ ସାହୁ, ନାରାୟଣ ରଣା, ବଳରାମ ମଲ୍ଲିକ, ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଶଶୀ ଭୁଷଣ ରଣା, ଆଲୋକ କୁମାର ପ୍ରଧାନଙ୍କ ସମେତ ସମବାୟ ସମିତିର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ମାସର ପ୍ରତ୍ୟେକ ଶୁକ୍ରବାର ଓ ଶନିବାର ଘଣ୍ଟାପଡା ମଣ୍ଡି ଟୋକନ ଆସିଥିବା ଚାଷୀଙ୍କ ଠାରୁ ଧାନ କ୍ରୟ କରିବାକୁ ଜିଲ୍ଲା ପ୍ରଶାସନ ଦିନ ଧାର୍ଯ୍ୟ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

eight − 6 =