ଅର୍ପିତା ବି କମ୍‌ ନୁହଁନ୍ତି ପ୍ରତିକୂଳ ପରିସ୍ଥିତିରେ ସଫଳ

0 712

ବଲାଙ୍ଗୀର : ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପୂର୍ବ ବର୍ଷମାନଙ୍କ ପରି ପୁଣି ଥରେ ଶୀର୍ଷ ସ୍ଥାନ ଦଖଲରେ ଘରୋଇ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ଠାରୁ ଆଗୁଆ ଅଛି । ବଲାଙ୍ଗୀର ଜିଲ୍ଲାରେ ପାସ ହାର ଗତ ବର୍ଷ ଠାରୁ କମିଛି । ଜିଲ୍ଲାରୁ ପରୀକ୍ଷା ଦେଇଥିବା ସମୁଦାୟ୨୨,୫୫୫ ପରୀକ୍ଷାର୍ଥିଙ୍କ ମଧ୍ୟରୁ ଶତକଡ଼ା ୯୦ମାର୍କ ବା ଉଦ୍ଧ୍ୱର୍ ଏ୧ ଶ୍ରେଣୀରେ ୧୪,ଏ୨-୧୨୫, ବି୧-୨୯୯,ବି୨-୭୨୧,ସି-୧୩୯୮, ଡ଼ି- ୦୩୭୧ , ଇ -୧୦୭୩୦ ଓ ଏଫ ଶ୍ରେଣୀରେ ୬୧୩୨ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ହୋଇଛନ୍ତି । ଚାରିଆଡେ଼ ଏ୧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଟିକାଦାର ପଡ଼ା ବାଳିକା ବିଦ୍ୟାଳୟର ଏସ୍‌ ସି ଛାତ୍ରୀ ଅର୍ପିତା ନାଏକ ବି କମ୍‌ ନୁହଁନ୍ତି । ତାଲପାଲି ପଡ଼ା ବାସିନ୍ଦା ରାଜେଶ କୁମାର ନାଏକ ଓ ପଦ୍ମିନୀ ନାଏକଙ୍କ ବଡ଼ ଝିଅ ଅର୍ପିତା ୫୧୯ନମ୍ବର ୮୬.୫୦ଶତକଡ଼ା ନମ୍ବର ରଖି ଅଳ୍ପକେ ଏ୧ରୁ ବାଦ ପଡ଼ିଛନ୍ତି । ବାପା ଜଣେ ସାଧାରଣ ଦିନ ମଜୁରିଆ , ମା ଗୃହିଣୀ ଆସ୍ଥା , ସରକାରୀ ବିଦ୍ୟାଳୟ ଗାଇଡ଼ କରିବାକୁ ଆଗ ପଛରେ କେହି ନାହିଁ । ଯଥାର୍ଥରେ ଅଲିଆରୁ ଗଜା ନୁହେଁ କି ? ଛୁଆର କ୍ୟାରିଅର ପାଇଁ ଘରୋଇ ସ୍କୁଲ ଫି’, ଟ୍ୟୁସନ ପାଇଁ ପ୍ରବଳ ଅର୍ଥ ଖର୍ଚ୍ଚ ହିଁ ସଫଳତାର ବାଟ ମନେକରାଯାଏ । ଏଣୁ ପ୍ରତିକୂଳ ପରିସ୍ଥିତିରେ ଅର୍ପିତାଙ୍କ ସଫଳତା କିଛି କମ୍‌ ନୁହେଁ । ସଫଳତାର ସୁଖଠାରୁ ଆଗକୁ କିପରି ପଢ଼ିବେ ଚିନ୍ତାରେ ଅର୍ପିତା ଓ ପରିବାର ।

hiranchal ad1
Leave A Reply

Your email address will not be published.

thirteen + sixteen =